ଅନ୍ୟାନ୍ୟ
ବନ୍ଦ ହେବ ହୁକ୍କା ବାର
![](https://i0.wp.com/odia.mobilenews24x7.com/wp-content/uploads/2022/12/Hookah-Bar-e1670049837539.jpg?resize=780%2C470&ssl=1)
ଭୁବନେଶ୍ୱର, ୦୩/୧୨/୨୦୨୨- ସମସ୍ତ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର । ଶୁକ୍ରବାର କୋଲକାତା ମେୟର ଫିରାଦ ହକିମ ଏହି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ସହରରେ ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି ମେୟର ଘୋଷଣା କରିଛନ୍ତି ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କହିଛନ୍ତି “ ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ । ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରହିବ।” କିଛି ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି । ଫଳରେ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ ଲାଗିଯାଉଛି । ଏଥିରେ ଯେଉଁ କେମିକାଲ ବ୍ୟବହାର ହେଉଛି ତାହା ଶରୀରକୁ କ୍ଷତି ପହଞ୍ଚାଉଛି । ତେଣୁ ଏହାକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ମେୟର କହିଛନ୍ତି ।