ଅନ୍ୟାନ୍ୟ
କଟକ – ପାରାଦ୍ୱୀପ ରାସ୍ତାର ମଣିଜଙ୍ଗା ଠାରେ ଦୁର୍ଘଟଣା
![](https://i0.wp.com/odia.mobilenews24x7.com/wp-content/uploads/2022/12/accident-e1670235126218.jpg?resize=780%2C470&ssl=1)
ମଣିଜଙ୍ଗା, ୦୫/୧୨/୨୦୨୨- ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ଚଢ଼ିଗଲା କାର୍ । ଜଗତସିଂହପୁର ଜିଲ୍ଲା କଟକ ପାରାଦ୍ୱୀପ ରାସ୍ତାର ମଣିଜଙ୍ଗା ଠାରେ ଏପରି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଶିଶୁଙ୍କ ସମେତ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର । ସମସ୍ତଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମଣିଜଙ୍ଗାଠାରେ ରାସ୍ତାରୋକ କରିଛନ୍ତି । ଫଳରେ କଟକ ପାରାଦୀପ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।