ଜୀବନଶୈଳୀ
ଓଡ଼ିଶାର ଆଉ ୯ ଟି ସାମଗ୍ରୀକୁ ମିଳିବ G.I ଟ୍ୟାଗ
![](https://i0.wp.com/odia.mobilenews24x7.com/wp-content/uploads/2022/11/GI-tag-e1669816707449.jpg?resize=780%2C470&ssl=1)
ଭୁବନେଶ୍ୱର, ୦୬/୧୨/୨୦୨୨- ଓଡ଼ିଶାର ଆଉ ୯ ଟି ସାମଗ୍ରୀକୁ ମିଳିବ G.I ଟ୍ୟାଗ । ଏଥିପାଇଁ ଚେନ୍ନାଇର ଏକ ୬ ଜଣିଆ ପ୍ରତିନିଧି ୯ ସାମଗ୍ରୀର ମୂଲ୍ୟାୟନ କରିଛନ୍ତି । ଏହି ୯ଟି ସାମଗ୍ରୀ ମଧ୍ୟରେ ରହିଛି କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳି, କଟକର ରୂପା ତାରକସୀ, ଢେଙ୍କାନାଳର ମଗଜି ଲଡୁ, ମୟୂରଭଞ୍ଜର ପ୍ରସିଦ୍ଧା କାଇ ଚଟଣୀ, କୋରାପୁଟର କଲାଜିରା ରାଇସ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଲାଞ୍ଜିଆ ସୌରା କଳା, ଡଙ୍ଗରିଆ କନ୍ଧ ବୁଣା ଶାଲ, ଗଜପତିର ଖଜୁରୀ, ତାଳ ଏବଂ ଗୁଡ଼ । ଉତ୍ପାଦନକାରୀ ନିଜ ସାମଗ୍ରୀର ବିସ୍ତୁତ ତଥ୍ୟ ଦେଲା ପରେ ଏହାର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଦଳ । ଏ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆବଶ୍ୟକ ଥିବା ଅବଶିଷ୍ଟ ତଥ୍ୟ G.I ନିକଟରେ ଦାଖଲ କରିବା ପାଇଁ ବିଶେଷଜ୍ଞ ଟିମ୍ କହିଛନ୍ତି । ଏହି ସାମଗ୍ରୀ ଗୁଡ଼ିକୁ G.I ମାନ୍ୟତା ମିଳିଲେ ବାଣିଜ୍ୟ କ୍ଷେତ୍ରରେ ଅଧିକ ସହାୟକ ହେବ ।