ଜୀବନଶୈଳୀ

୨୫ ଜାନୁଆରୀରୁ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ୍ ଟ୍ରେନ୍

ଭୁବନେଶ୍ୱର: ଜାନୁଆରୀ ୨୫ରୁ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି ମାଧ୍ୟମରେ ୮ ଦିନିଆ ଯାତ୍ରା କରିବେ ଯାତ୍ରୀ । ଏହାର ମୁଖ୍ୟ ଆକର୍ଷଣ ରହିବ ଶୀଜଗନ୍ନାଥ ମନ୍ଦିର ପରିଦର୍ଶନ । ଟୁର୍ ପ୍ୟାକେଜର ଅଂଶ ଭାବେ କୋଣାର୍କ ଓ ଭୁବନେଶ୍ୱର ରହିବ । ଏହା ସହ କାଶୀ, ବୈଦ୍ୟନାଥ ଓ ଗୟା ଦର୍ଶନ ବି ଟୁର୍ ପ୍ୟାକେଜରେ ଥିବା ସୂଚନା ଦିଆଯାଇଛି ।

ତେବେ ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ ବୋଲି ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com