ଜୀବନଶୈଳୀ

ଜାତୀୟ ସ୍ତରରେ ପୁରସ୍କୃତ ହେବ ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର, ୦୬/୧୨/୨୦୨୨-  ଜାତୀୟ ସ୍ତରରେ ପୁରସ୍କୃତ ହେବ ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ ସ୍ବେରେଜ, ସେଫଟେଜ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ BMC ପୁରସ୍କାର ପାଇବ । ଏଥିପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ୫ ଜଣିଆ ପ୍ରତିନିଧି ଦଳ ୩ ଦିନିଆ ଦିଲ୍ଲୀ ଗସ୍ତ କରିଛି । ଏହି ଦଳରେ ସାନିଟେସନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହସୁପକାର, ଭାରତୀ ସିଂ, ପ୍ରୀତିନନ୍ଦା ରାଉତରାୟ, ଓ ଡେପୁଟି କମିଶନର କମଳାକାନ୍ତ ବେହେରା ରହିଛନ୍ତି । ସମଗ୍ର ଦେଶରେ ବିଏମସିର ମଡେଲ ସର୍ବୋତ୍ତମ ରହିଛି । BMCକୁ ମିଳିଥିବା ଏହି ଜାତୀୟ ସ୍ତରୀୟ ପୁରସ୍କାରକୁ ରାଜଧାନୀବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଡିସେମ୍ବର ୭ ଓ ୮ ତାରିଖରେ ବିଲ୍ଲୀରେ ହେବାକୁ ଥିବା ଏକ ସ୍ୱତନ୍ତ୍ର ବର୍ଣ୍ଣାଢ୍ୟ ଉତ୍ସବରେ BMC ପୁରସ୍କାର ପାଇବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com