ଜୀବନଶୈଳୀ

୧୭ଟି ପର୍ଯ୍ୟଟନ ସ୍ଥଳୀକୁ ବିକାଶ ଲାଗି ପ୍ରସ୍ତୁତ ହେଲା ନକ୍ସା

ଭୁବନେଶ୍ୱର, ୨୭/୧୦/୨୦୨୨-  ପର୍ଯ୍ୟଟନରେ ନୂଆ ରୂପ ପାଇବ ଓଡିଶା । ସଶକ୍ତ ହେବ ପର୍ଯ୍ୟଟନ ଶିଳ୍ପ ଏବଂ ଅର୍ଥନୀତି । ଏହାକୁ ନଜରରେ ରଖି ଓଡ଼ିଶାର ପର୍ଯ୍ୟଟନ ବୈଭବକୁ ଆଗକୁ ବଢ଼ାଇବାକୁ ନୀଳନକ୍ସା ପ୍ରସ୍ତୁତ କରିଛି ପର୍ଯ୍ୟଟନ ବିଭାଗ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୭ଟି ପର‌୍ୟ୍ୟଟନ ସ୍ଥଳୀକୁ ଚିହ୍ନଟ କରାଯାଇ ତାହାର ବିକାଶ ଲାଗି ନକ୍ସା ପ୍ରସ୍ତୁତ ହୋଇଛି । ସେହିଭଳି ପର୍ଯ୍ୟଟନ ବିକାଶ ଭିତ୍ତିଭୂମି ରହିଥିବା ସ୍ଥାନର ବିକାଶ ଦିଗରେ ଗ୍ରାଫ୍ ଆନାଲେସିସ୍‌’ ନାମରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ‘ଯେଉଁଥିରେ ପର୍ଯ୍ୟାୟକ୍ରମେ ୪୯ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ।

ଏହି ସ୍ଥାନଗୁଡିକ ମଧ୍ୟରେ ରହିଛି ଭିତରକନିକା, ପୁରୀ-କୋଣାର୍କର ଚନ୍ଦ୍ରଭାଗା ଓ ରାମଚଣ୍ଡୀ ବେଳାଭୂମି, ହୀରାକୁଦ, ଚିଲିକା, ଦାରିଙ୍ଗବାଡ଼ି, ଖୋର୍ଧା ଜିଲ୍ଲା ତଥା ଭୁବନେଶ୍ବରର ଧଉଳି, ଖଣ୍ଡଗିରି-ଉଦୟଗିରି ଓ ଶିଖରଚଣ୍ଡୀ, ନୃସିଂହନାଥ-ହରିଶଙ୍କର, ଉଦୟପୁର-ତାଳସାରି ବେଳାଭୂମି, କୋରାପୁଟର ଦେଓମାଳି, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, ପୁରୀ ଜିଲ୍ଲାର ବକୁଳବନ ଓ ରଘୁରାଜପୁର, କଟକର ଧବଳେଶ୍ବର ଓ ତାମ୍ପରା ବେଳାଭୂମି ଆଦିି । ଏହା ବ୍ୟତୀତ ସାତକୋଶିଆ ମାଷ୍ଟରପ୍ଲାନ୍ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲା ଅନୁଗୁଳ, ନୟାଗଡ଼ , କଟକ ଓ ବୌଦ୍ଧ ଜିଲ୍ଲା ସାମିଲ ରହିଛି। ଏଥିପାଇଁ ମାଷ୍ଟରପ୍ଲାନ୍ ହାତକୁ ନିଆଯାଇଛି ।

ଉକ୍ତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ କରାଯିବା ଦ୍ବାରା ରାଜ୍ୟକୁ ‌ଘରୋଇ ଓ ବିଦେଶୀ ପର୍ଯ୍ୟଟନଙ୍କ ଆଗମନ ବହୁ ପରିମାଣରେ ବଢ଼ିବ ବୋଲି ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି । ଚଳିତବର୍ଷ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଇାକୋ-ରି‌ଟ୍ରିଟ୍ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ଗଞ୍ଜାମର ପାଟି ସୋନାପୁର ବେଳାଭୂମି, ଦାରିଙ୍ଗବାଡ଼ି, କେନ୍ଦ୍ରାପଡାର ପେଣ୍ଠ ବେଳାଭୂମି , ହୀରାକୁଦ, ସାତକୋଶିଆ, କୋରାପୁଟର ପୁଟସିଲ୍ ଦେଓମାଳି ରେ କରାଯିବ । ଏହାବ୍ୟତୀତ ଚିଲିକାରେ ପର୍ଯ୍ୟଟନଙ୍କ ଲାଗି କ୍ରୁଜ୍ ଟୁରିଜିମ୍ ତଥା ହାଉସ୍ ବୋଟ୍ ସୁବିଧା କରାଯାଇଛି । ଆଗାମୀ ଦିନରେ ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ସୁବିଧା ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଯେଉଁଠାରେ ପର୍ଯ୍ୟଟନଙ୍କ ଲାଗି ବିଳାସପୂର୍ଣ୍ଣ କୋଠରୀ ସୁବିଧା ଉପଲବ୍ଧ ହେବ । ହୀରାକୁଦ ବୋଟ୍ କ୍ଲବ ଆରମ୍ଭ ହୋଇଥିବା ବେଳେ ଏବେ ତାହାର ବିକାଶ କାର୍ଯ୍ୟ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com