ଜୀବନଶୈଳୀ

ଗୋଲାମୁଣ୍ଡାରେ ଏବିଭିପି ତରଫରୁ ଉଡ଼ିଲା ୧୫୦ ଫୁଟର ତ୍ରିରଙ୍ଗା; ଯୋଗଦେଲେ ଶତାଧିକ ଯୁବକ

ଗୋଲାମୁଣ୍ଡା, ୧୫/୦୮/୨୦୨୨-    ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କଳାହାଣ୍ଡି ତରଫରୁ ଗୋଲାମୁଣ୍ଡା ଠାରେ ସୋମବାର ଏକ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ଏକ ୧୫୦ ଫୁଟର ତ୍ରିରଙ୍ଗାକୁ ବିଦ୍ୟାର୍ଥୀ ମାନେ ଧରି ଭାରତ ମାତାର ଜୟଗାନ କରି ଯାତ୍ରା କରିଥିଲେ । ଏହି  ଯାତ୍ରା ସର୍ବ ମଙ୍ଗଳା ଡିଗ୍ରୀ କଲେଜରୁ ଆରମ୍ଭ ହୋଇ ସାରା ଗୋଲାମୁଣ୍ଡା ନଗର ପରିକ୍ରମା ପରେ ଶିବାଜୀ ଷ୍ଟାଡିୟମ୍ ରେ ଶେଷ ହୋଇଥିଲା । ଏଥିରେ ବିଭିନ୍ନ କଲେଜରୁ ୧୦୦ ରୁ ଉର୍ଦ୍ଧ ଛାତ୍ର ଓ ଯୁବକ ଦେଇଥିଲେ। ଏଥିରେ ଯୁବ ସମାଜ ସେବୀ ରାଜେଶ ଅଗ୍ରୱାଲ, ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ଓ ସମାଜ ସେବୀ ସମୀର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଯାତ୍ରା ବିଭାଗ ପରିବେଶ ପ୍ରମୁଖ ଆକାଶ ଗହିର, ସମୀପ ରାଉତ, ବିଭୀଷଣ ଟୋଲଟିଆ, ଚୂଡ଼ାମଣି ପ୍ରଧାନ, ଯଶୋବନ୍ତ ରାଉତ, କିରଣ ରାଉତ ତପନ ବିଶି , ଅକ୍ଷୟ ନାଏକଙ୍କ ନେତୃତ୍ୱରେ ହୋଇଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଧୁମ ଧାମରେ ପାଳିବା ସହିତ ୬ ଟି ବ୍ଲକରେ ତ୍ରିରଙ୍ଗା ଯାତ୍ରା ଓ ୧୧୨ ଟି ଗାଁରେ ତ୍ରିରଙ୍ଗା ଉତ୍ତୋଳନ କରିଛି ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com