Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

ଜଣଙ୍କ ପରେ ଜଣେ କଳାକାର ଆଖି ବୁଜିଲେଣି, ୬ ଆକ୍ଟର ଆରପାରିକୁ ଚାଲିଗଲେଣି

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କିଏ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇଛନ୍ତି ତ ଅଉ କାହାର ବାଥରୁମରୁ ମିଳିଛି ମୃତଦେହ। ସେହିପରି କିଏ ହୃଦଘାତରେ ତ ଆଉକେହି ରୋଗରେ ପୀଡ଼ିତ ହୋଇ ଜୀବନ ହରାଇଲେଣି। ଏଭଳି କ୍ରମାଗତ ଭାବେ ୬ ଜଣ କଳାକାର ଆଖି ବୁଜିଲେଣି।

ମର୍ମନ୍ତୁଦ ସଡ଼କ ଦୁର୍ଗଟଣାରେ ସୁପରିଚିତ ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା ଦାସ ଗୁପ୍ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଗତ ମେ ୨୦ ତାରିଖ ତଥା ଶନିବାର ରାତିରେ ଶୁଟିଂ ସାରି ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଚାପି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଗଲା । ଏହା ପରେ ଦକ୍ଷିଣ ଭାରତର ଭେଟେରାନ ଅଭିନେତା ଶରଥ ବାବୁଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଥିଲା । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ସେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଶରୀର ଅନେକ ପ୍ରମୁଖ ଅଙ୍ଗ ଭଲ ଭାବେ କାମ କରୁନଥିଲା । ତେଣୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶରଥ ବାବୁ ତେଲଗୁ, ତାମିଲ, କନ୍ନଡ଼ ଆଦି ଚଳଚ୍ଚିତ୍ରରେ କାମ କରିବା ସହ ବହୁ ବଡ଼ ବଡ଼ ଷ୍ଟାରଙ୍କ ସହ ସ୍କ୍ରିନ ଶେଆର୍ କରିଥିଲେ ।

ସେହିପରି ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । ମୁମ୍ବାଇର ଅନ୍ଧାରୀ ଅଂଚଳରେ ରହୁଥିବା ଆପାର୍ଟମେଂଟର ବାଥରୁମରେ ଅଚେତ ଅବସ୍ଥାରେ ସେ ପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । କ୍ରାନ୍ତିବୀର ଓ ମୈନେ ଗାନ୍ଧୀ କୋ ନେହିଁ ମାରା ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତଙ୍କ ପ୍ରସଂସା ସାଉଁଟିଥିବା ଆଦିତ୍ୟଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ସସପେନ୍ସରେ ରହିଛି ।
ଆଦିତ୍ୟଙ୍କ ପରେ ପରେ ଆସିଥିଲା ଆଉ ଏକ ଦୁଃଖଦ ଖବର । ତାହା ହେଲା ବ୍ଲକବଷ୍ଟର ଫିଲ୍ମ ଆରଆରଆରରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ଷ୍ଟିଭେନସନଙ୍କର ମୃତ୍ୟୁ । ମାତ୍ର ୫୮ ବର୍ଷ ବୟସରେ ଇଟାଲିରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ କେମିତି ଓ କିପରି ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।

ଅନ୍ୟପଟେ ମଙ୍ଗଳବାର ବିଳମ୍ବିତ ରାତିରେ ଟେଲି ଦୁନିଆକୁ ଲାଗିଥିଲା ଡବଲ ଝଟକା । ବୁଧବାର ସକାଳୁ ସକାଳୁ ଆସିଥିଲା ଟେଲିଭିଜନ ପରଦାର ଦୁଇ କଳାକାରଙ୍କ ମୃତ୍ୟୁ ଖବର । ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହୃଦଘାତରେ ପ୍ରାଣ ହରାଇଛନ୍ତି । ତେବେ ଖୁବ କମ ବୟସରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି ସରାଭାଇ ଭର୍ସେସ ସରାଭାଇ ଫେମ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ । ଏହି ଚୁଲବୁଲି ଅଭିନେତ୍ରୀଙ୍କ ବିୟୋଗ ଖବର ଶୁଣି ଫ୍ୟାନ୍ସ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି । ସବୁଠୁ ବଡ କଥା ହେଉଛି ନିକଟରେ ବୈଭବୀଙ୍କର ନିର୍ବନ୍ଧ ସରିଥିଲା । ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଛି । ସେହିପରି ବିଳମ୍ବିତ ରାତିରେ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଦେଇଛନ୍ତି । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସେ ପପୁଲାର ଟିଭି ଶୋ ଅନୁପମା ରେ ଅନୁଜଙ୍କ ସାଙ୍ଗ ଭୂମିକାରେ ଅଭିନୟ କରୁଥିଲେ ।

ଏଭଳି ଜଣଙ୍କ ପରେ ଜଣେ କଳାକାରଙ୍କ ଜୀବନ ହଠାତ୍ ଚାଲିଯାଉଛି । ଯାହା ସିନେ ଇଣ୍ଡଷ୍ଟ୍ରି ଓ ଟେଲି ଦୁନିଆକୁ ବିଷାଦର କଳାଛାଇରେ ଘେରି ଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com