Featuredଅନ୍ତର୍ଜାତୀୟ

ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ, ୪୦ ସୈନ୍ୟ ମୃତ

ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି । ଏହା ଦ୍ବାରା ରୁଷପକ୍ଷର ଅନେକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ଦାବି କରିଛି । ଏସବୁ ଆକ୍ରମଣ ରୁଷର ମୋର୍ଟାର ଓ ଆର୍ଟିଲାରି ସିଷ୍ଟମକୁ ଲକ୍ଷ୍ୟ କରି କରାଯାଇଛି । ୟୁକ୍ରେନ ସେନାର ଏହି ଆକ୍ରମଣ ଦ୍ବାରା ରୁଷର ୩ଟି ଟ୍ୟାଙ୍କ, ଓସା ମିସାଇଲ ସିଷ୍ଟମ, ୬ଟି ଯୁଦ୍ଧଯାନ ସମେତ ୪୦ ଜଣ ରୁଷ ସୈନ୍ୟ ନିହତ ହୋଇଛନ୍ତି । ଏହା ସହିତ ବେରିସ୍ଲାଭ ଓ କାଖୋଭକା ଜିଲ୍ଲାରେ ଥିବା ଗୋଳାବାରୁଦ ଡିପୋ ନଷ୍ଟ ହୋଇଯାଇଛି । ୬ ଟି ଟ୍ୟାଙ୍କ ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନର ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନିନଫର୍ମ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com