Breaking NewsFeaturedଓଡ଼ିଶା

ମୃତ୍ୟୁ ମୁଖରୁ ବଞ୍ଚିଗଲେ ଅନେକ ଯାତ୍ରୀ, ହଠାତ୍ ‘ମୋ ବସ୍‌’ରେ ଲାଗିଲା ନିଆଁ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ:  ହୁତୁ ହୁତୁ ହେଇ ଜଳୁଛି ମୋ ବସ୍ । ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଲାଗିଲା ନିଆଁ । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଲେ ବସ୍‌ରେ ଥିବା ଯାତ୍ରୀ ଓ କର୍ମଚାରୀ । ଏ ଦୃଶ୍ୟ ହେଉଛି ରାଉରକେଲାର ବେଦବ୍ୟାସ ଛକ ନିକଟର । ମୋ ବସଟି ରାଉରକେଲାରୁ ବାହାରି ବେଦବ୍ୟାସ ଆଭିମୁଖେ ଯାଉଥିଲା ।

କେହି କିଛି ବୁଝିବା ଆଗରୁ ବେଦବ୍ୟାସ ଛକ ନିକଟରେ ବସରେ ହଠାତ ନିଆଁ ଲାଗିଯାଇଥିଲା । ବସରେ ଥିବା ଯାତ୍ରୀ ଓ ବସ କର୍ମଚାରୀ ମାନେ ଅଘଟଣ ପୂର୍ବରୁ ଓହ୍ଲାଇ ଯାଇଥିଲେ । ଫଳରେ ଏକ ବଡ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛନ୍ତି । ଏଥିରେ କାହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ଏହି ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ଦମକଳ ଗାଡି ପହଞ୍ଚିବା ପୂର୍ବରୁ ମୋ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ମୋ ବସରେ ଯାନ୍ତ୍ରୀକ ଟ୍ରୁଟି ଥିବାରୁ ଡାରେ ନିଆଁ ଲାଗିଥିବା କୁହାଯାଉଛି ।

ପ୍ରଥମେ ବସର ସାମ୍ନାପଟୁ ଧୀରେ ଧୀରେ ନିଆଁ ଲାଗିବା ଆରମ୍ଭ କରିଥିଲା । ପରେ ପୁରା ବସ୍‌ ନିଆଁର ଆଁ ଭିତରକୁ ଚାଲିଯାଇଥିଲା । ଏହାପରେ ହୁତୁହୁତୁ ହୋଇ ଜଳିଉଠିଥିଲା ବସ । ଯାହାକୁ ହେଖି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୋ ବସରେ ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com