ଜୀବନଶୈଳୀ

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟକୁ ନେଇ ମାନବାଧିକାର ରକ୍ଷକ ଟିମର ତଦନ୍ତ

ଗଜପତି, ୨୨/୦୯/୨୦୨୨-  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ନୂଆ ବସ୍‌ଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଡାଲମା ସାଙ୍ଗକୁ ଦରସିଝା ଭାତ ଦିଆ ଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଜିଲ୍ଲା ସଭାନେତ୍ରୀ ତନୁଜା ଶତପଥି ଏବଂ ଜିଲ୍ଲା ସଭାପତି ରଂଜନ ମହାପାତ୍ରଙ୍କ ଏକ ଟିମ୍ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟକୁ ନିରିଖି ଥିଲେ । ସରକାରୀ ନିୟମ ଅନୁଯାୟୀ ଋତୁ ଅନୁସାରେ ବିଭିନ୍ନ ପନିପରିବା ପକାଯିବ କଥା । ମାତ୍ର ଏଠାରେ ବ୍ୟତିକ୍ରମ ହେଉଥିବାର ଦେଖାଯାଇଛି ବୋଲି ଏହି ଟିମ୍ କହିଛନ୍ତି । ଡାଲମାରେ କେବଳ ଆଳୁ ଓ ବାଇଗଣ ବ୍ୟତୀତ ଅନ୍ୟ କୌଣସି ପରିବା ଦେଖି ନ ଥିବାର ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com