ଜୀବନଶୈଳୀ

ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର କେନ୍ଦୁଝର ଗସ୍ତ

ବ୍ରହ୍ମପୁର, ୦୭ /୧୦/୨୦୨୨-    ଆସନ୍ତା ଅକ୍ଟୋବର ୭ ଓ ୮ ତାରିଖରେ କେନ୍ଦୁଝରରେ ହେବାକୁ ସବ୍ ଜୁନିଅର ବାଳକ ଓ ବାଳିକା ଆନ୍ତଃ ଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ କେନ୍ଦୁଝର ଗସ୍ତ କରିଛନ୍ତି ୧୬ ଜଣ ସବ୍ ଜୁନିଅର ବାଳକ ଓ ୧୬ଜଣ ବାଳିକା ଦଳ । ଉଭୟ ଦଳର ଖେଳାଳି ମାନେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ୍ ନେଇଥିଲେ ।

ଶେଷ ଥର ଗଞ୍ଜାମ ଜିଲ୍ଲା ବାଳକ ଦଳ ଚମ୍ପିୟାନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାର ଖେଳାଳିମାନେ ଉନ୍ନତ ଖେଳ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ହ୍ୟାଣ୍ଡବଲ୍ ଦଳର ସଭାପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ି, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ରଙ୍କ ସହ ଅଶୋକ କୁମାର ଶୁକ୍ଳା ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଦଳଙ୍କ ସହ କୋଚ୍ ଓ ମ୍ୟାନେଜର ଭାବେ ପ୍ରମୋଦ କୁମାର ପଟ୍ଟନାୟକ, ଦୀପକ ମହାନ୍ତି ଓ ପଞ୍ଚାନନ ସାହୁ , ଜାତୀୟ ରେଫ୍ରି ଏ. ତେଜସ୍ଵୀ ଏବଂ ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଫିସିଆଲ ଭାବେ କେନ୍ଦୁଝର ଗସ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com