ଜୀବନଶୈଳୀ

ସମ୍ପନ୍ନ ହେଲା ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ

ବ୍ରିଟେନ, ୧୯/୦୯/୨୦୨୨ –   ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ସଂସ୍କାର ରବିବାର ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟରରେ ସମ୍ପନ ହୋଇଛି । ଶେଷକୃତ୍ୟ ପୂର୍ବରୁ ସାରା ବ୍ରିଟେନରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ଶୁଭେଚ୍ଛୁ ଗହଣରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଲଣ୍ଡନର ୱେଷ୍ଟ ମିନିଷ୍ଟର ହଲରେ ସକାଳୁ ବହୁ ରାଷ୍ଟ୍ରନେତା ପହଞ୍ଚି ମହାରାଣୀଙ୍କ ଶେଷ ଦର୍ଶନ କରିଥିଲେ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ, ସିନେମା ହଲ୍, ସ୍କୁଲ, ସୁପରମାର୍କେଟ ବନ୍ଦ ଘୋଷଣା କରିଛନ୍ତି । ବିଭିନ୍ନ ସହରରେ ୧୨୫ଟି ସ୍କ୍ରିନରେ ମହାରାଣୀଙ୍କ ଅନ୍ତିମଯାତ୍ରାର ସିଧା ପ୍ରସାରଣ କରାଯାଇଛି । ଏହି ମହାଯାତ୍ରାରେ ପ୍ରିନ୍ସ ଉଇଲିୟମ, ତାଙ୍କ ସ୍ତ୍ରୀ କାଥେରିନ୍, ପ୍ରିନ୍ସ ଜର୍ଜ, ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ରାଣୀଙ୍କ କଫିନ ଯାତ୍ରାରେ ୱେଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯାଇଛନ୍ତି ।

ପାର୍ଥିବ ଶରୀରକୁ ଘୋଡା ଗାଡ଼ିରେ ୱେଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯାଇଥିଲା । ଶେଷକୃତ୍ୟରେ ପ୍ରାୟ ୫ ଶହ ବିଦେଶୀ ଅତିଥି ସାମିଲ ହୋଇଥିଲେ । ଭାରତ ସମେତ ଆମେରିକା, ବେଲଜିୟମ, ଆୟର୍ଲାଣ୍ଡ, ସ୍ପେନ୍, ଜର୍ମାନୀ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହୋଇଛନ୍ତି । ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ରାଣୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com