ଜୀବନଶୈଳୀ

ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର, ୦୮/୦୮/୨୦୨୨-  ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ । ମଙ୍ଗଳବାର ଠାରୁ ଭୁବନେଶ୍ୱର ପଟିଆରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ପଦଯାତ୍ରା ସମୟରେ ଲୋକେ କଂଗ୍ରେସକୁ କାହିଁକି ଭୋଟ ଦେବେ ସେ ନେଇ ଲିଫଲେଟ ବାଣ୍ଟିବ ଦଳ । କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ମନଇଚ୍ଛା ଦରଦାମ ବୃଦ୍ଧି ଓ ଜିଏସଟି ବୃଦ୍ଧି ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବ କଂଗ୍ରେସ । ଏଥିପାଇଁ ୩୦ ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବା ସହ ବ୍ୟାପକ ପ୍ରସ୍ତୁତି କରିଛି ଦଳ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରି ଲୋକଙ୍କୁ ସ୍ବାଧୀନତାର ୭୫ବର୍ଷ ମଧ୍ୟରେ ଦେଶବାସୀଙ୍କ ପାଇଁ କଂଗ୍ରେସର ଅବଦାନ କଣ ତାହା ବୁଝାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com