ଜୀବନଶୈଳୀ

ବିରଳ ଇନ୍ଦ୍ରଧନୁ ଝରଣା , ଜଣାନ୍ତୁ କେଉଁଠି ରହିଛି . . . . .

ପ୍ରକୃତିର ବିଚିତ୍ର ସୃଷ୍ଟି ବିଷୟରେ ଚିନ୍ତା କଲେ ବେଳେ ଖୁବ୍ ବିସ୍ମିତ ଲାଗେ । ନିଜ ଭିତରେ ସେ ଅନେକ ରହସ୍ୟ ତଥା କୌତୁହଳ ଜିନିଷ ସାଇତି ରଖିଥାଏ । ଯାହା ବେଳେ ବେଳେ ମନୁଷ୍ୟର ଆଖି ସାମ୍ନାକୁ ଆସି ଯାଏ । ଏବଂ ଏହାକୁ ଦେଖିବା ପରେ ମନ ଏହା ମଧ୍ୟରେ ହଜି ଯାଏ ।

ନୀଳ ଆକାଶରେ ଇନ୍ଦ୍ରଧନୁ ବାସ୍ତବରେ କେତେ ସୁନ୍ଦର । ବାସ୍ତବରେ ଏହା ଏକ ସାଧାରଣ ଦୃଶ୍ୟ । କିନ୍ତୁ ଯଦି ଏହି ସମୟରେ କୁହାଯାଏ କି ଇନ୍ଦ୍ରଧନୁର ଝରଣା ରହିଛି । ଆଉ ଯାହାର ରଙ୍ଗ ମଧ୍ୟ ଇନ୍ଦ୍ରଧନୁଠାରୁ ଅହେୁରି ସୁନ୍ଦର ଆପଣ ବିଶ୍ୱାସ କରିବେ କି ?କିନ୍ତୁ ଏହା ସତ । ଏପରି ଦୃଶ୍ୟ ସାଧାରଣତଃ ନଭେମ୍ବର ମାସରେ କାର୍ଲିଫନିଆର ୟୋସେମିଟ୍ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳେ ।

ନଭେମ୍ବର ସମୟରେ ଉଚ୍ଚ ଜଳ ସ୍ତର ଦ୍ରୁତ ଗତିରେ ବହୁଥବା ପବନ ସହିତ ମିଶ୍ରିତ ହୋଇ ୟୋସେମିଟ୍ ନ୍ୟାସନାଲ ପାର୍କରେ ୨୪୦୦ ଫୁଟର ଜଳପ୍ରପାତରେ ଇନ୍ଦ୍ରଧନୁ ସୃଷ୍ଟି କରେ । ଏହି ଜଳପ୍ରପାତ ପୂର୍ବରୁ କେବେ ଦେଖାଯାଇ ନଥିଲା । ଚମତ୍କାର ଦୃଶ୍ୟକୁ କାବୁ କରିଥିବା ଲ୍ୟାଣ୍ଡସ୍କେପ ଫଟୋଗ୍ରାଫର ଗ୍ରେଗ ହାର୍ଲୋ କହିଛନ୍ତି ଯେ ଇନ୍ଦ୍ରଧନୁ ଆଠ ମିନିଟରୁ ଅଧିକ ସମୟ ଧରି ଚାଲିଥିଲା। ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଥିଲା – ଫଟୋଗ୍ରାଫର “ଗତ ବର୍ଷ ମୋଟ ତିନିମାସ ୟୋସେମିଟରେ ଥିଲେ ଏବଂ ଏହି ସୁନ୍ଦର ଦୃଶ୍ୟ କଏଦ କରିବାରେ ସେ ଭାଗ୍ୟବାନ ହୋଇଥିଲେ।” ସମୁଦାୟ ଭାବରେ, ଜଳପ୍ରପାତ ଏକ ଇନ୍ଦ୍ରଧନୁ ରେ ପରିଣତ ହୋଇ ଯାଇଥିଲା ।

ଏହା, ଏକ ଘଟଣା ଯାହା ସାଧାରଣତଃ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘଟିଥାଏ । ହାର୍ଲୋ ତାଙ୍କ ୱାପିଟେଜ୍ ପଏଣ୍ଟରୁ ୨୦୦ ମିମି ବ୍ୟବଧାନରେ ଏକ ରିଅଲ୍ ଟାଇମ୍ ଭିଡିଓ, କ୍ୟାପଚର କରିଥିଲେ ।
ବାସ୍ତବରେ ପ୍ରକୃତି ଖୁବ୍ ବିଚିତ୍ର ଆଉ ସୁନ୍ଦର ।

Related Articles

Back to top button
WP Twitter Auto Publish Powered By : XYZScripts.com