Breaking NewsFeaturedଜାତୀୟଜୀବନଶୈଳୀଭାଇରାଲ୍ ଭିଡିଓ

ପିନ୍ଧିଛନ୍ତି ଶାଢ଼ି, ପାଣିରେ କରୁଛନ୍ତି ଦୁଃସାହସିକ ଷ୍ଟଣ୍ଟ, ଜାଣନ୍ତୁ କିଏ ଏହି ଷ୍ଟଣ୍ଟ କୁଇନ୍  

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ମଧ୍ୟ ବହୁ ଆଗରେ ଅଛନ୍ତି । ମହିଳାମାନେ ଏଭଳି ଭିିଡିଓ ପ୍ରସ୍ତୁତ କରୁଛନ୍ତି ଯେ ଆପଣ ଦେଖିଲେ ମୁଣ୍ଡରେ ହାତ ଦେବେ । କିନ୍ତୁ ଏ ସମସ୍ତଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି ଜଣେ ମହିଳା । ଯାହାଙ୍କ ଭିଡିଓ ଦେଖିଲେ ଆପଣ ବିସ୍ମୟ ହୋଇଯିବେ ।

ସେ ଝିଅ ହୁଅନ୍ତୁ କି ମହିଳା, ଆଜିକାଲି ଜମାନାରେ ଶାଢ଼ି ପିନ୍ଧି ଚାଲିବା ଅନେକଙ୍କ ପାଇଁ ମୁସ୍କିଲ୍‌ ହୋଇପଡୁଛି। କିନ୍ତୁ ଏହି ମହିଳା ଶାଢ଼ି ପିନ୍ଧି ଗଭୀର ସମୁଦ୍ରରେ ସ୍କେଟବୋର୍ଡିଂ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ମହିଳା ପାରମ୍ପାରିକ ପୋଷାକ ଶାଢ଼ିରେ ଏଭଳି ଦୁଃସାହସିକ କାର୍ଯ୍ୟ କରୁଛନ୍ତି । ସେହି ମହିଳାଙ୍କ ନାଁ କାତ୍ୟା ସୈନୀ ବୋଲି ଜଣାପଡ଼ିଛି । ଆଉ ଯେଉଁମାନେ ଭାବନ୍ତି ମହିଳାମାନେ ଶାଢ଼ିରେ କୌଣସି ଖେଳ ଖେଳିପାରିବେ ନାହିଁ, ସେମାନେ ଏହି ଭିଡିଓ ଦେଖିବା ଉଚିତ୍ । ଭାଇରାଲ ହେଉଥିବା ଏହି ଭିଡ଼ିଓ ତାମିଲନାଡ଼ୁର ତୁତିକୋରିନ୍ ଅଞ୍ଚଳର ବୋଲି କୁହାଯାଉଛି । ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ମହିଳା ଜଣକ ହଳଦିଆ ରଙ୍ଗ ଶାଢ଼ିରେ କାଇଟ୍ ସର୍ଫିଂ କରୁଥିବା ନଜର ଆସିଛନ୍ତି । କାଇଟ୍ ସର୍ଫିଂ ଏକ ଜଳ କ୍ରୀଡ଼ା ଯାହା ଖେଳିବା ଏତେ ସହଜ ନୁହେଁ । ମହିଳା ଜଣକ ଜଣେ ଡ୍ରାଇଭିଂ ଇନଷ୍ଟ୍ରକ୍ଟର, ସେ ବିଭିନ୍ନ ପ୍ରକାରର ରୋମାଞ୍ଚକର ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଯେଉଁମାନେ ଦେଖୁଛନ୍ତି ସେମାନେ ମହିଳାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com