ଜୀବନଶୈଳୀ

ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା ପରେ ଅନ୍ୟ ରାଜ୍ୟର ଲୋକଙ୍କୁ ବି ମାଗଣାରେ ରାସନ ମିଳୁଛି । ଏହା ବ୍ୟତୀତ ପୂର୍ବରୁ ୟୁପି, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡରେ ରାସନ କାର୍ଡ ନଥାଇ ବି ମାଗଣାରେ ରାସନ ମିଳୁଛି । ତେବେ ଆସନ୍ତୁ ଜାଣିବା ମାଗଣା ରାସନ ପାଇବାର କ’ଣ ରହିଛି ପ୍ରକ୍ରିୟା…
ଦେଶରେ ନୂଆ ରାସନ କାର୍ଡ ସହିତ ପୁରୁଣା କାର୍ଡରେ ନାଁ ଯୋଡିବା ଓ ଡିଲିଟ କରିବାର ବି କାମ ଚାଲିଛି । କିନ୍ତୁ ଏଥିପାଇଁ ଆପଣଙ୍କୁ ଆପଣଙ୍କ ରାସନ କାର୍ଡର ଆଧାର ବା ବ୍ୟାଙ୍କ ଲିଙ୍କ ହେବା ଆବଶ୍ୟକ । ଉତ୍ତରପ୍ରଦେଶ, ହରିୟାଣା, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ ଦିଲ୍ଲୀ-ଏନସିଆରେ ସସପେଣ୍ଡ କାର୍ଡକୁ ବି ନିକଟରେ ଲିଙ୍କ କରାଯାଇଛି ।
ତେବେ ଦିଲ୍ଲୀ ସରକାରଙ୍କ ଦ୍ୱାରା ‘ୱାନ ନେସନ ୱାନ ରାସନ କାର୍ଡ’ ଯୋଜନା ଅଧୀନରେ ଖାଦ୍ୟଶସ୍ୟ ବଣ୍ଟନ ବର୍ତ୍ତମାନ ସମସ୍ତ ଇ-ପିସଏସ ମାଧ୍ୟମରେ ଲାଗୁ କରାଯାଉଛି । ବର୍ତ୍ତମାନ ଏହା ଅଧୀନରେ ହିତାଧିକାରୀମାନେ ବିନା କାର୍ଡରେ ମଧ୍ୟ ମାଗଣା ରାସନ ପାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ କାର୍ଡ ଆଧାର କିମ୍ବା ବ୍ୟାଙ୍କ ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ

Related Articles

Back to top button
WP Twitter Auto Publish Powered By : XYZScripts.com