ଜୀବନଶୈଳୀ

ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି ତହସିଲଦାର 

କୋଦଳା,୩୧/୧୦/୨୦୧୨ –    ନିଜ ଏରିଆରେ ରାସନ୍ ପାଉଥିଲେ ହିତାଧିକାରୀ, କୌଣସି କାରଣ ନଥାଇ ଡିଲରକୁ ରାସନ ବଣ୍ଟନରୁ ବାଦ୍ ଦିଆଗଲା। ଦୀର୍ଘ ୨ କିଲୋମିଟର ଦୂରରୁ ଅନ୍ୟ ଡିଲରଙ୍କ ଠାରୁ ରାସନ୍ ଆଣିବାକୁ ପଠାଉଛି ପ୍ରଶାସନ । ଯାହାକୁ ନେଇ ତାତିଛନ୍ତି ହିତାଧିକାରୀ ।ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୋମବାର ଘଟଣାକୁ ନେଇ ଶତାଧିକ ମହିଳା ହିତାଧିକାରୀ ଏନଏସି ଘେରିବା ସହ ତୁରନ୍ତ ନିଜ ଅଞ୍ଚଳର ଡିଲରଙ୍କ ମାଧ୍ୟମରେ ରାସନ୍ ଦେବାକୁ ଦାବି କରିଛନ୍ତି।

ସେପଟେ କୌଣସି ଅଭିଯୋଗ ନଥାଇ କାହିଁକି ଡିଲରଙ୍କୁ ଦାୟିତ୍ବରୁ ହଟାଇଲେ ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ? ଯାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଘଟଣା ପଛରେ ଲୁଚି ରହିଛି କି ରାଜନୈତିକ ଷଡଯନ୍ତ୍ର ? ନିଜ ଅଞ୍ଚଳରେ କିଭଳି ସୁରୁଖୁରୁରେ ଲୋକଙ୍କୁ ରାସନ୍ ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ କାହିଁକି ସରକାରଙ୍କ ନିୟମକୁ ଅଣଦେଖା କରୁଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ? ଶତାଧିକ ମହିଳା ହିତାଧିକାରୀ ଏନଏସି ଘେରିବା ଏବଂ ନିର୍ବାହୀ ଅଧିକାରୀଣୀଙ୍କୁ କୈଫିୟତ ମାଗିବାକୁ ଆସିଥିବା ବେଳେ ଲୋକଙ୍କ ନିକଟକୁ କାହିଁକି ଆସିଲେନି ନିର୍ବାହୀ ଅଧିକାରୀଣୀ ? ଏପରିକି ମହିଳା ମାନେ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ତହସିଲଦାର ମ୍ୟାଡମଙ୍କ ଦେଖା ମିଳି ନ ଥିଲା। ଏହାକୁ ନେଇ ଅସନ୍ତୋଷର ନିଆଁ କୁହୁଳୁଥିବା ବେଳେ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଣୀଙ୍କ ବାସଭବନ ଘେରାଉ କରିବା ପାଇଁ ସଜବାଜ ହେଉଥିବା କହିଛନ୍ତି ମହିଳା ହିତାଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com