Featuredଜାତୀୟଜୀବନଶୈଳୀମନୋରଞ୍ଜନ

ପ୍ରଥମ ଥର ପାଇଁ ଦେଖନ୍ତୁ ଅମିତାଭ ଓ ଜୟାଙ୍କ କିଛି ନିଆରା ଫଟୋ 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ନିକଟରେ ନିଜର ୫୦ ତମ ବିବାହ ବାର୍ଷିକ ପାଳନ କରିଛନ୍ତି । ଏହି ଅବସରରେ ଅଭିଷେକ ବଚ୍ଚନ ଓ ଶ୍ଵେତା ବଚ୍ଚନ କିଛି ପୂରୂଣା ଫଟୋ କିଛି ସ୍ପେଶାଲ ମେସେଜ ସହିତ ସେୟାର କରିଥିଲେ ,ଯେଉଁଥିରେ ଫ୍ୟାନ୍ସଙ୍କ ନଜର ଅଟକି ଯାଇଥିଲା । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ବଲିଉଡ଼ ଏହି ଦିଗଜ୍ଜଙ୍କ ୧୦ଟି ଏମିତି ଫଟୋ ନେଇ ଆସିଛୁ ଯାହା ଦେଖିଲେ ଆପଣ ଜାଣି ଯିବେ ଯେ ଏହି କପଲଙ୍କ ମଧ୍ୟରେ ଭଲ ପାଇବା କେତେ ମଜଭୁତ୍ । ଏତିକି ନୁହେଁ କିଛି ଫଟୋ ଏମିତି ରହିଛି ଯାହାକୁ ଦେଖି ଆପଣ ହସ ସମ୍ଭାଳି ପାରିବେ ନାହିଁ ।

 

୧୯୭୩ରେ ବିବାହ କରିଥିବା ଅମିତାଭ ବଚ୍ଚନଙ୍କ ବିବାହର ପ୍ରଥମ ଫଟୋ ଝିଅ ଶ୍ୱେତା ବଚ୍ଚନଙ୍କ ଦ୍ୱାରା ସେୟାର କରାଯାଇଛି । ଏହି ଫଟୋରେ ଅଭିନେତ୍ରୀ ଜୟା ଶାଢ଼ିରେ ଏବଂ ଅମିତାଭ ଫ୍ଲୋରା ପ୍ରିଣ୍ଟ ପ୍ୟାଣ୍ଟ ପିନ୍ଧିଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ ଦେଖୁଥିବା ନଜର ଆସିଛନ୍ତି ।
ଆଉ ଏକ ବ୍ଲାକ୍ ଏଣ୍ଡ ହ୍ୱାଇଟ୍‌ର ଫଟୋରେ ଉଭୟ ଏକ କ୍ଲୋଜଅପ୍ ଥିବା ନଜର ଆସିଛନ୍ତି ।

ଯାହାକୁ ଝିଅ ଶ୍ୱେତା ବଚ୍ଚନ ସେୟାର କରିଛନ୍ତି । ସେହିଭଳି ଆଉ ଏକ ଫଟୋ ଉଭୟଙ୍କର ହନିମୁନ ସମୟର ଅଟେ । ଯେଉଁଥିରେ ଉଭୟ ୱିଣ୍ଟର ଆଉଟ୍‌ଫିଟ୍ ରେ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହାକୁ ବି ଝିଅ ଶ୍ୱେତା ବଚ୍ଚନ ସେୟାର କରିଛନ୍ତି ।

 

ଆଉ ଏକ ଫଟୋରେ ଜୟା ବଚ୍ଚନଙ୍କୁ ପାନିଆରେ ଅମିତାଭ ବଚ୍ଚନଙ୍କ ମୁଣ୍ଡ କୁଣ୍ଡାଉଥିବା ଦେଖା ଯାଉଛନ୍ତି । ଏହି ସମୟରେ ଅମିତାଭଙ୍କ ମୁହଁ ଦେଖିବା ପରେ ଆପଣ ହସି ହସି ଗଡ଼ିଯିବେ ।

ଆଉ ଏକ ଫଟୋରେ ବିଗ୍ ବି କିଛି ଦଶକ ପୂର୍ବେ ଦୀପାବଳିର ଶୁଭେଚ୍ଛା ଦେବା ଅବସରରେ ଜୟାଙ୍କ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଫଟୋ ସେୟାର ହୋଇଛି । ଯେଉଁଥିରେ ଜୟା ଫୁଲଝରୀ ଜଳାଉଥିବା ନଜର ଆସିଛନ୍ତି ।

ଆଉ ଏକ ଫଟୋରେ ଅଭିଷେକ ଓ ଜୟା ଉଭୟଙ୍କୁ ପ୍ରେମ ଭାବରେ ଦେଖୁଥିବା ନଜରଆସିଛନ୍ତି।

ଆଉ ଗୋଟିଏ ଫଟୋରେ ଅମିତାଭ ଏବଂ ଜୟା ବଚ୍ଚନ ଚିଲ୍ ମୁଡ଼ରେ ନଜର ଆସିଛନ୍ତି । ଯାହାକି ନିକଟ ସମୟର ବୋଲି ଜଣା ପଡ଼ୁଛି ।

ତେବେ ଜୟା ଏବଂ ଅମିତାଭ ବଚ୍ଚନ ସିଲ୍‌ସିଲା , ସୋଲେ , ଜଞ୍ଜୀର , ଚୁପକେ ଚୁପକେ ଓ କଭି ଖୁସି କଭି ଗମ୍ ଆଦି ଚଳଚିତ୍ରରେ ଅଭିନୟ କରିଛନ୍ତି । ଯାହା ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com