ଜୀବନଶୈଳୀ

ମହାଳୟା ଅବସରରେ ଚାଲିଛି ପିଣ୍ଡଦାନ

ଭୁବନେଶ୍ୱର, ୨୫/୦୯/୨୦୨୨-  ମହାଳୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିନ୍ଦୁ ଧାର୍ମିକ ପର୍ବ ଅନୁସାରେ ପିତୃପୁରୁଷଙ୍କ ପାଇଁ ଦିଆ ଯାଉଥିବା ଶ୍ରାଦ୍ଧ ମଧ୍ୟରେ ମହାଳୟା ଶ୍ରେଷ୍ଠ ଅଟେ । ପିତୃପକ୍ଷର ଶେଷ ଦିନରେ ନିଜ ପିତୃକୂଳ ଓ ମାତୃକୁଳର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶାର ବିଭିନ୍ନ ଧାର୍ମିକ ସ୍ଥାନରେ ରବିବାର ଶ୍ରାଦ୍ଧ ଦେଉଛନ୍ତି ହଜାର ହଜାର ଲୋକ । ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଲାଗିଥିବାରୁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ପଟେ ପିଣ୍ଡ ଦାନ ପାଇଁ ବେଶ ଭିଡ ଦେଖିବାକୁ ମିଳିଛି ।

ସେହିପରି ଯାଜପୁର ନାଭି ଗୟା, ଭୁବନେଶ୍ୱର ବିନ୍ଦୁସାଗର ସମେତ ବିଭିନ୍ନ ମନ୍ଦିର ଏବଂ ନଦୀ ପଠା ମାନଙ୍କରେ ଦେଖିବାକୁ ମିଳିଛି ପିଣ୍ଡଦାନ । ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ଯାଏ ୧୫ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଏ । କରୋନା କଟକଣା ଯୋଗୁଁ ୨ ବର୍ଷ ପରେ ମହାଳୟାରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିଥିବାରୁ ଶ୍ରାଦ୍ଧ ପାଇଁ ଭିଡ ଲାଗିଛି ।

ସେପଟେ ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଧବଳମୁଖୀ ବେଶ ରେ ଦର୍ଶନ ଦେଉଛନ୍ତି । ସେହିପରି ଶ୍ରୀମନ୍ଦିରରେ ଆଜି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନେଇ ନଥିବାରୁ  ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ଡିଚା ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି । ଗୁପ୍ତ ଗୁଣ୍ଡିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com