ଜୀବନଶୈଳୀ

ସୋଲାର ଚାଳିତ ଶୀତଳ ଭଣ୍ଡାର ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୬/୦୨/୨୦୨୩ –   ଏଣିକି ରାଜ୍ୟରେ ଖାଦ୍ୟ ଶସ୍ୟ ପଚିବନି, କି ନଷ୍ଟ ହେବ ନାହିଁ । ରାଜ୍ୟରେ ଖୋଲିବ ଅଧିକ ଶୀତଳ ଭଣ୍ଡାର । ସୋଲାର ଚାଳିତ ଶୀତଳ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ କୃଷି ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଆବଶ୍ୟକ ପରିମାଣରେ ଶୀତଳ ଭଣ୍ଡାର ନଥିବାରୁ ଟନ୍ ଟନ୍ ପରିବା ନଷ୍ଟ ହେଉଛି । ପର୍ଯ୍ୟପ୍ତ ପରିମାଣରେ ଶୀତଳ ଭଣ୍ଡାର ଅଭାବରୁ ଖାଦ୍ୟ ଶାସ୍ୟ ବିଲରେ ପଡି ନଷ୍ଟ ହେଉଛି । ଯାହା ଦ୍ୱାରା ଚାଷୀକୂଳ ଘାଟା ସହୁଛି । କମ୍ ମୂଲ୍ୟରେ ଚାଷୀ ଅମଳ ବିକ୍ରି କରିବାକୁ ବାଧ୍ୟ ହେଉଛି । ତେଣୁ ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଶୀତଳ ଭଣ୍ଡାର ଖୋଲିବାକୁ ଅନେକ ଦିନରୁ ଚାଷୀମାନେ ଦାବି କରି ଆସୁଥିଲେ । ଯାହା ଏବେ ପୂରଣ ହେବାକୁ ଯାଉଛି ।

ବିଜୁଳି ଦେୟ କାରଣରୁ ଓଡିଶାରେ କେତେକ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡିରହିଛି । ଏହି କାରଣରୁ ରାଜ୍ୟ ସରକାର ସୋଲାର ଶୀତଳ ଭଣ୍ଡାର ପାଇଁ ଚିନ୍ତା କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com