Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

ମହାକାଳେଶ୍ୱରଙ୍କ ଶରଣାପନ୍ନ ହେଲେ ଅଭିନେତ୍ରୀ ସାରା ଅଲି ଖାନ୍‍ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଅଭିନେତ୍ରୀ ସାରା ଅଲି ଖାନ୍‍, ନିଜ ଫିଲ୍ମ ରିଲିଜ୍‍ ପୂର୍ବରୁ ବୁଲୁଛନ୍ତି ଦେଶର ପ୍ରମୁଖ ମନ୍ଦିର । ଜରା ହଟ୍‍କେ ନଜରରେ ଆସୁଛନ୍ତି ଅଭିନେତ୍ରୀ ସାରା । ଆଗକୁ ସେ ଜରା ହଟକେ, ଜରା ବଚକେ ଚଳଚ୍ଚିତ୍ରରେ ହିଁ ନଜରକୁ ଆସିବେ । ଏଇଥି ପାଇଁ ସେ ଖୁବ୍‍ ପରିଶ୍ରମ କରିଛନ୍ତି। ଆଉ ପରିଶ୍ରମର ମୂଲ୍ୟ ସଫଳ ହେଉ ବୋଲି ସେ ଈଶ୍ୱରଙ୍କ ଶରଣାପନ୍ନ ହେଉଛନ୍ତି ।

ଲଖନଉର ପ୍ରସିଦ୍ଧ ମନ୍ଦିର ଦର୍ଶନ କରିବା ପରେ ସାରା ଉଜ୍ଜୟିନୀର ମହାକାଳ ମନ୍ଦିର ଭ୍ରମଣ କରିବା ସହ ମହାକାଳଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି । ଦେବାଧିଦେବ ମହାଦେବଙ୍କ ଦର୍ଶନ କରି ସାରା ପ୍ରାର୍ଥନା କରିଛନ୍ତି । ଏଥିସହ ଜଳାଭିଷେକ ମଧ୍ୟ ସେ କରିଛନ୍ତି । ଦୀର୍ଘ ସମୟ ଧରି ଯୋଡ଼ହସ୍ତ ମୁଦ୍ରାରେ ସାରା ମହାକାଳେଶ୍ୱରଙ୍କୁ ପ୍ରାର୍ଥନା କରୁଥିବାର ଭିଡିଓ ଏବେ ସୋସିଆଲ୍‍ ମିଡିଆରେ ଖୁବ୍‍ ଭାଇରାଲ୍‍ ହେଉଛି । ଆଉ ଏହାକୁ ଦେଖି ଫ୍ୟାନମାନେ କହୁଛନ୍ତି, ସାରା ସତରେ ଜରା ହଟକେ…

Related Articles

Back to top button
WP Twitter Auto Publish Powered By : XYZScripts.com