Featuredଅନ୍ତର୍ଜାତୀୟ

ଟ୍ଵିଟରରୁ ବିଦା ହେଲେ ଆହୁରି ୪୪୦୦ କର୍ମଚାରୀ

ପୁଣି ଥରେ ଝଟକା ଦେଲେ ଏଲନ ମସ୍କ। ଟ୍ଵିଟରକୁ ନିଜ ଅକ୍ତିକାରକୁ ନେବା ପରେ ଏଲନ ମସ୍କ ଲଗାତାର ଅପ୍ରତ୍ୟାଶିତ ଭାବେ ପଦକ୍ଷେପ ନେଇ ଚାଲିଛନ୍ତି। ଫଳରେ ହଜାର ହଜାର ସଂଖ୍ୟକ କର୍ମଚାରୀଙ୍କୁ ନିଜର ଚାକିରି ହରାଇବାକୁ ପଡିଛି। ଟ୍ଵିଟରର ୫୦ ପ୍ରତିଶତ ଓ୍ଵାର୍କ ଫୋର୍ସ ହ୍ରାସ କରିବା ପରେ ବର୍ତ୍ତମାନ ଏଲନ ମସ୍କ କଣ୍ଟ୍ରାକ୍ଟ ହିସାବରେ ରଖାଯାଇଥିବା ୪୪୦୦ ଲୋକଙ୍କୁ କମ୍ପାନିରୁ ବାହାର କରିଛନ୍ତି। ଏଲନ ମସ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଫ୍ୟାକ୍ଚ ଚେକିଂ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା ପାଇଁ ପୂର୍ବରୁ ଟ୍ଵିଟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରଖିଥିଲା। ଏବେ ଏଲନ ମସ୍କ ଉକ୍ତ କର୍ମଚାରୀଙ୍କୁ କମ୍ପାନିରୁ ବାହାର ରାସ୍ତା ଦେଖାଇଛନ୍ତି। ଏହା ପୂର୍ବରୁ ନଭେମ୍ବର ୪ରେ ଟ୍ଵିଟର ନିଜ ସ୍ଥାୟୀ କର୍ମଚାରୀଙ୍କୁ ଇ-ମେଲ୍ ପଠାଇ ଚାକିରିରୁ ବହିଷ୍କାର କରାଯାଉଥିବା ସୂଚନା ଦେଇଥିଲା। ଠିକାରେ କାମ କରୁଥିବା ଜଣେ କର୍ମଚାରୀ ମେଲିସା ଇଙ୍ଗଲ କହିଛନ୍ତି, ବଡ ସଂଖ୍ୟାରେ କର୍ମଚାରୀଙ୍କୁ ବିଦା କଲେ ଟ୍ଵିଟରର ସ୍ଥିତି ଆହୁରି ଖରାପ ହୋଇଯିବାର ଆଶଙ୍କା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com