ଜାତୀୟଜୀବନଶୈଳୀ

ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ; ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ବିଜେଡି ର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାପ୍ତ ହେଲା ‘ଜୀବନବ୍ୟାପୀ ସାଧନା ସମ୍ମାନ’ । ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ‘ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ନିଜର ନିଷ୍ଠା ,ଶାସନ ବ୍ୟବସ୍ଥା ବଳରେ ଜିରୋ ଟଲେରାନ୍ସ ନୀତି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି । ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ବିକାଶର ନୂଆ ପୃଷ୍ଠା ଲେଖିଛନ୍ତି । ଅଭାବୀ ଓଡିଶାକୁ ଅନଗ୍ରସ ଓଡ଼ିଶାର ପରିଣତ କରିବାରେ ତାଙ୍କର ଅବଦାନ ବହୁତ । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲ୍‌କୁ ସାରା ବିଶ୍ବ ପ୍ରଶଂସା କରୁଛି । ସେଥି ପାଇଁ ତାଙ୍କୁ ସାଢ଼େ ୪କୋଟି ଓଡ଼ିଆଙ୍କ ମଉଡମଣି ବୋଲି କୁହାଯାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com