ଜାତୀୟ

ଜମ୍ମୁ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ; ଆହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଜମ୍ମୁ()  ଜମ୍ମୁ ଜିଲ୍ଲାର ଜଲାଲାବାଦ ସୁଞ୍ଜ୍‌ୱାନ୍‌ ଅଞ୍ଚଳରେ ଗତ ରାତିରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ନିରାପତ୍ତା ଅଧିକାରୀ ସହିଦ ହୋଇଛନ୍ତି ଏବଂ ‘ସିଆଇଏସ୍‌ଏଫ୍‌’ର ଅନ୍ୟୂନ ୯ଜଣ ଯବାନ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୫ଜଣ ଯବାନ ଗତରାତିରେ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଥିବା ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏସ୍‌. ପି. ପଟେଲ୍‌ଙ୍କର ପରେ ଦେହାନ୍ତ ହୋଇଯାଇଥିଲା। ଆଜି ସକାଳେ ‘ଅଣ୍ଡର୍‌ ବାରେଲ୍‌ ଗ୍ରେନେଡ୍‌ ଲଞ୍ଚର୍‌’ରୁ ଜଣେ ଆତଙ୍କବାଦୀ ‘‌ଗ୍ରେନେଡ୍‌’ ଫିଙ୍ଗିବାରୁ ଆଉ ୫ଜଣ ଯବାନ ଆହତ ହୋଇଛନ୍ତି।

Image Courtesy of NDTV

ନିହତ ଦୁଇ ଆତଙ୍କବାଦୀ ଏକ ସହଯୋଗୀ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି, ସେମାନେ ‘ଫିଦାୟୀନ୍‌’ ଅଥବା ଆତ୍ମଘାତୀ ଆକ୍ରମଣକାରୀ ଭଳି ମନେହେଉଛନ୍ତି। ସେମାନଙ୍କ ପାଖରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଥିଲା।

ଅନ୍ୟ ଏକ ଘଟଣାରେ, ୧୫ଜଣ ‘ସିଆଇଏସ୍‌ଏଫ୍‌’ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଆଜି ଭୋର୍‌ ପ୍ରାୟ ୪.୨୫ରେ ଜମ୍ମୁର ଚଢ଼ା କ୍ୟାମ୍ପ୍‌ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଗୁଳି ଚଳାଇବା ସହ ଗ୍ରେନେଡ୍‌ ଫିଙ୍ଗିବାରୁ ‘ସିଆଇଏସ୍‌ଏଫ୍‌’ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଫଳରେ ଆତଙ୍କବାଦୀମାନେ ଦୌଡ଼ି ପଳାଇ ଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com