ଜାତୀୟରାଜନୀତି

ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି, ଅଗଷ୍ଟ ୧୦ ଯାଏଁ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ୱିତ ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଅଗଷ୍ଟ ୧୦ ଯାଏଁ ନୂପୁରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ତାଙ୍କ ବିରୋଧରେ ରୁଜୁ ମାମଲା ଉପରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କୋର୍ଟ କହିଛନ୍ତି । ଏପରି ସ୍ଥିତିରେ ବିଭିନ୍ନ ହାଇକୋର୍ଟ ଯାଇପାରିବେ ନାହିଁ ଏବଂ ତାଙ୍କ ଜୀବନର ସୁରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏପରି ଅନେକ ଘଟଣା ସାମନାକୁ ଆସିଛି ଯେଉଁଥିରେ ନୂପୁର ଶର୍ମାଙ୍କୁ ଧମକ ଦିଆଯାଇଛି । ଏଥିରେ ଆଜମେର ସରିଫର ସଲମାନ ଚିସ୍ତିର ବୟାନ ଏବଂ ୟୁପିର ଜଣେ ନାଗରିକ ମଧ୍ୟ ନୂପୁରଙ୍କ ଧମକ ଦେଇଥିଲେ । ପଶ୍ଚିମବଙ୍ଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କୋଲକାତା ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି । ତେବେ ଏପରି ସ୍ଥିତିରେ ସେ ହାଇକୋର୍ଟ ଯିବାକୁ ସକ୍ଷମ ନୁହନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ତାଙ୍କ ପକ୍ଷ ରଖୁଥିବା ଆଇନଜୀବୀ ସୂଚନା ଦେଇଛନ୍ତି । ସେ ଏହି ମାମଲାରେ ସତ୍ୟପାଠ ଦାଖଲ କରିବେ । ଏହି ମାମଲାରେ କୋର୍ଟ ନୂପୁର ଶର୍ମାଙ୍କ ଯାଚିକା ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ଯାଏଁ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com