ଜୀବନଶୈଳୀ

ବଜାରକୁ ଆସିଲା ଦୋସା ପ୍ରିଣ୍ଟର ମେସିନ

ନୂଆଦିଲ୍ଲୀ, ୨୫/୦୮/୨୦୨୨-   ବିଜ୍ଞାନ ଦୁନିଆରେ ଦୈନନ୍ଦିନ ଜୀବନର ସବୁ କାମ ଲାଗି ମଣିଷ ଏବେ ମେସିନ୍‌ ନିର୍ମାଣ କରୁଛି । ଏବେ ବଜାରକୁ ଏଭଳି ଏକ ମେସିନ୍‌ ଆସିଛି, ଯାହା ମାଧ୍ୟମରେ ଦୋସା ପ୍ରିଣ୍ଟ କରାଯାଇ ପାରିବ । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସୋସିଆଲ ମିଡିଆରେ ଏବେ ଏହି ମେସିନ୍‌ର ଭିଡିଓ ଭାଇରାଲ ହେଉଛି । ଏହାକୁ ଦୋସା ପ୍ରିଣ୍ଟର୍‌ କୁହାଯାଉଛି । ସାଧାରଣ ପ୍ରିଣ୍ଟର୍‌ ଭଳି ଏଥିରେ ଏ-୪ ସାଇଜ୍‌ ପେପର୍‌ ଭଳି ପତଳା ଓ କ୍ରିସ୍‌ପି ଦୋସା ପ୍ରିଣ୍ଟ ହେଉଛି ।

ଟ୍ୱିଟର୍‌ରେ ସମନ୍ଥା ନାମକ ଜଣେ ୟୁଜର୍‌ ଏହି ମେସିନ୍‌ର ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି । ଭିଡିଓରେ ସେ ମେସିନ୍‌ର ଏକ ପାଶ୍ୱର୍ରେ ଦୋସା ଘୋଳ ଢାଳିଛନ୍ତି । ଏହା ପରେ ସେ ଦୋସାର ବହଳକୁ ଚୟନ କରିଛନ୍ତି ଏବଂ କେତୋଟି ଦୋସା ଆବଶ୍ୟକ, ତା’ର ବଟନ୍‌କୁ ଦବାଇଛନ୍ତି । କିଛି ସେକେଣ୍ଡ ମଧ୍ୟରେ ପ୍ରିଣ୍ଟର୍‌ରୁ ଆପଣାଛାଏଁ ଏକ ପତଳା ଓ କ୍ରିସ୍‌ପି ଦୋସା ବାହାରି ଆସୁଛି । ସେ ଏହି ଅବିଶ୍ୱସନୀୟ ଭିଡିଓ ପୋଷ୍ଟ କରିବା ପରେ ଚର୍ଚ୍ଚା ଜୋର ଧରିଛି ।ଏହି ପ୍ରିଣ୍ଟର୍‌ ଏ-୪ ସାଇଜ୍‌ର ପେପର୍‌ ଦୋସା ପ୍ରସ୍ତୁତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com