ଜୀବନଶୈଳୀ

ଖରାଦିନରେ ପିଅନ୍ତୁ ଏହି ଡ୍ରିଙ୍କସ, ଶରୀର ରହିବ ସତେଜ

ଚାଲିଛି ଖରାଦିନ । ଗ୍ରୀଷ୍ମର ଏତେ ପ୍ରଭାବ ଓ ଗୁଳୁଗୁଳି ହେତୁ ହନ୍ତସନ୍ତ ହୋଇଗଲାଣି ଜନଜୀବନ । ଏହି ସମୟରେ ନିଜ ଶରୀରର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ । ଖରା ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ହାତ, ପାଦ, ଚର୍ମ ଏବଂ ଓଠ ଆଦି ପାଣି କମ ପିଇଲେ ଶୁଖିଯାଏ। ପ୍ରଖର ସୁର୍ଯ୍ୟ କିରଣ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କେଶ ଶୁଖିଲା ହୋଇ ନଷ୍ଟ ହୋଇଯାଏ। ଏହି ଦିନରେ ଆପଣ ନିଜ ଖାଦ୍ୟପେୟ ପ୍ରତି ବହୁତ ଧ୍ୟାନ ଦେବା ଉଚିତ୍। ଚର୍ମ ଏବଂ କେଶ ସମସ୍ୟାକୁ ଏଡାଇବା ପାଇଁ, ଆପଣ ଖାଦ୍ୟରେ ଭିଟାମିନ୍-ଇର ଭରପୂର ଖାଦ୍ୟ ସବୁ ସାମିଲ୍‌ କରିବା ଉଚିତ୍। ଭିଟାମିନ୍‌-ଇ ଭରପୂର ମାତ୍ରାରେ ଖାଇବା ଦ୍ବାରା ଶରୀର ଏବଂ କେଶର ଶୁଷ୍କତାର ସମସ୍ୟାକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରେ।  ଏହି ଋତୁରେ ଶରୀରକୁ ହାଇଡ୍ରେଟ୍ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଆଦି ପିଇଥାଉ। ବଜାରରୁ ବି ସମୟ ସମୟରେ ଥଣ୍ଡା ପାନୀୟ ସବୁ କିଣି ପିଇଥାଉ | କିନ୍ତୁ ଆପଣ ଜାଣନ୍ତି କି କିଛି ପାନୀୟ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟେରଲ ବଢିଥାଏ |

ଯେଉଁବ୍ୟକ୍ତି ମାନଙ୍କର ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟା ରହିଛି, ସେମାନେ ବାହାରର ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ଖାଇବା ଅନୁଚିତ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ସୁପର ଡ୍ରିଙ୍କ୍ ବିଷୟରେ କହୁଛୁ । ଯାହାକୁ ପିଇବା ଦ୍ବାରା ଯାହା ଖରାପ କୋଲେଷ୍ଟ୍ରଲ୍ର ସମସ୍ୟାରୁ ରକ୍ଷା ମିଳିପାରିବ |

ଗ୍ରୀନ୍‌ ଟି-ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହା ଦିନକୁ ଦୁଇଥର ପିଇବା ନେଇ ଅଭ୍ୟାସ କରିବା ଜରୁରୀ । କାରଣ ଏହା ଦ୍ୱାରା ଶରୀରରେ ଖରାପ କଲୋଷ୍ଟ୍ରଲ୍‌ର ମାତ୍ରା କମ୍‌ କରିଥାଏ।

ଓଟସ୍‌ ମିଲ୍କ- ସକାଳ ବ୍ରେକ୍‌ଫାଷ୍ଟରେ ଓଟସ୍ ମିଲ୍କ ନିୟମିତ ପିଅନ୍ତୁ । ଏହାକୁ ପିଇବା ଦ୍ବାରା ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ।

ଟମାଟୋ ଜୁସ୍‌- ଗ୍ରୀଷ୍ମ ଋତୁରେ ଭିଟାମିନ ସିରେ ଭରପୁର ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ। ଏହା ସହ ଲେମ୍ବୁ ଓ ଅଁଳା ଆଦି ବି ଖାଇବା ଉଚିତ | କାରଣ ଏଥିରେ ଥିବା ଜଳର ମାତ୍ରା ବହୁତ ଅଧିକ ଥାଏ । ଯାହା ଶରୀର କୋଷଗୁଡ଼ିକୁ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ । ତେଣୁ ନିୟମିତ ଭାବେ ଟମାଟୋ ରସ ପିଅନ୍ତୁ ।

ସୋୟା ମିଲ୍କ- କୁହାଯାଏ ସୋୟା ମିଲ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ କୋଲେଷ୍ଟ୍ରଲର ସ୍ତର ପରିଚାଳନା କରିବାର କ୍ଷମତା ଅଛି । ଏହାକୁ ନିୟମିତ ଖାଦ୍ୟରେ ସାମିଲ୍‌ କରାଯିବା ଜରୁରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com