ଜୀବନଶୈଳୀ

ହେତୁବାଦୀ ସଂଗଠନ ପକ୍ଷରୁ ସୂର୍ଯ୍ୟପରାଗରେ ଭୋଜନ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୨୬/୧୦/୨୦୨୨-   ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସୂର୍ଯ୍ୟପରାଗ ଅବସରରେ ସଚେତନତା ସଭା ଓ ସାମୂହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଛି। ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣାଗୁଡିକୁ ବିଶ୍ୱାସ କରିଥାନ୍ତି ।

ବୈଜ୍ଞାନିକ ଧାରଣାର ଆଧାରରେ ଏସବୁ ମହାଜାଗତିକ ଘଟଣା ଗୁଡିକ ପଛରେ ରହିଥିବା ପ୍ରକୃତ ସତ୍ୟକୁ ଅବଗତ କରାଇବା ପାଇଁ ବିଜ୍ଞାନ ଓ ହେତୁବାଦୀ ସଙ୍ଗଠନ ମାନଙ୍କ ପକ୍ଷରୁ ସର୍ବଦା ଚେଷ୍ଟା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ଚାର୍ବାକ ଭବନ ଠାରେ ମାନବବାଦୀ ହେତୁବାଦୀ ସଂଗଠନ ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଆଜି ହୋଇଥିବା ସୂର୍ଯ୍ୟପରାଗ ଅବସରରେ ଏକ ସଚେତନତା ସଭା ସହିତ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ଲୋକ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com