ଜୀବନଶୈଳୀ

ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ଟି ବଗି

ଭୁବନେଶ୍ୱେର- ୧୨.୦୯.୨୦୨ ୨, ଏକାଥରେ ପାଞ୍ଚଟି ବଗି ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ।  ଜୟପୁର ଛତ୍ରିପୁଟ ନିକଟରେ ମଧ୍ୟ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିବା ଖବର ଆସିଛି । ୪ଟି ବଗି ଲାଇନଚ୍ୟୁତ ହୋଇଥିଲେ ବି ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ପହଞ୍ଚିବା ପରେ ମରାମତି କାମ ଆରମ୍ଭ ହୋଇଛି । ଫସିଥିବା ଯାତ୍ରୀମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ନେଇ, ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ବ୍ୟବସ୍ଥା କରୁଛି ରେଳ ବିଭାଗ।

 

Related Articles

Back to top button
WP Twitter Auto Publish Powered By : XYZScripts.com