ଓଡ଼ିଶା

ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ

ଭୁବନେଶ୍ୱର- ୦୬ /୧୨ /୨୦୨୨ – ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗରର ଉଦ୍ୟମ । ବିଏମସି ପକ୍ଷରୁ ଅତ୍ୟାଧୁନିକ ମେସିନ୍ ଜଟାୟୁ ଜରିଆରେ ସଫେଇ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ, ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛି ।

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com