ଓଡ଼ିଶା

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୩ ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅନ୍ତର୍ଗତ ବାଙ୍ଗର ଗାଁ ଓ ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ୩ ଜଣକୁ ଗିରଫ କରାଯାଇଛି । ଏହି ଦୁଇଟି ଗାଁରେ ବିପୁଳ ପରିମାଣର ମଦ କାରବାର ହେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଅଚାନକ  ଚଢ଼ଉ କରିଥିଲା ।
ଚଢ଼ଉ ସମୟରେ ବାଙ୍ଗର ଗାଁର ଜଗନ୍ନାଥ ହୋ, ଚଞ୍ଚଳପଡା ଗାଁର କୈଳାସ କୁର୍ମା ଓ ସୁମନ୍ତ ଦାସଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭୫ ଲିଟର ଦେଶୀ ମଦ ଜବତ କରିବା ସହିତ ୮୫୦ କେଜି ପୋଚ ନଷ୍ଟ କରାଯାଇଛି । ସେହିଭଳି ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁର ଗୋଟିଏ ଦୋକାନରୁ ୭.୫୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଗୋଟିଏ ଫ୍ରିଜ ଜବତ ହୋଇଛି । ଦୋକାନୀ ଜଣକ ଚଢ଼ଉ ଖବର ପାଇ ଫେରାର ହୋଇଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com