ଅନ୍ୟାନ୍ୟ
ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍
![](https://i0.wp.com/odia.mobilenews24x7.com/wp-content/uploads/2022/05/Cyclone-Tauktae-AP-639x435-1.webp?resize=639%2C435&ssl=1)
ଭୁବନେଶ୍ୱର, ୦୭ /୧୨ /୨୦୨୨- ବାତ୍ୟା ମାଣ୍ଡୋସ୍, ଘନୀଭୂତ ହୋଇ ଗଭୀର ଅବାପାତରେ ପରିଣତ ହେଲା । ବର୍ତ୍ତମାନ ଦକ୍ଷିଣପୂର୍ବ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତାମିଲନାଡୁ, ପୁଡୁଚେରୀ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବ ।