Breaking NewsFeaturedରାଜନୀତି

ଆମ ଆକଳନ ୧୦୦% : ୨୦୨୪ ପାଇଁ ବିଜେପିର ବଡ଼ ରୋଡମ୍ୟାପ ।

ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ସସପେନ୍ସ । ୩ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ଶିରୋପା ପିନ୍ଧିଲେ ବିଷ୍ଣୁ-ମୋହନ-ଭଜନ । ମୋଦି ଫର୍ମୁଲା ଅନୁସାରେ ୩ ରାଜ୍ୟରେ ଏକଦମ ଫ୍ରେଶ ଚେହେରା ସାମ୍ନାକୁ ଆସିଛି । କେହି ଭାବି ନଥିଲେ କି ରେସ୍‌ରେ ନଥିବା ନୂଆ ଚେହେରା ହେବେ ମୁଖ୍ୟମନ୍ତ୍ରୀ । ତେବେ ଛତିଶଗଡରେ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ରାଜସ୍ଥାନରେ ଭଜନ ଲାଲ ଶର୍ମାଙ୍କ ମୁଣ୍ଡରେ ଢଳା ହୋଇଛି ସୁନାକଳସ । ଆମ ମୋବାଇଲ୍ ନ୍ୟୁଜ୍ ଟିମ୍ ପକ୍ଷରୁ ଏନେଇ ପୂର୍ବରୁ ଷ୍ଟୋରି କରିଥିଲୁ ଏବଂ ଏଭଳି ହେବ ବୋଲି ଦୃଢ଼ତାର ସହ କହିଥିଲୁ । କାରଣ ଏହା ପୂର୍ବରୁ ମୋଦି ଅନ୍ୟ ରାଜ୍ୟରେ ଏଭଳି ଫର୍ମୁଲା ଆପ୍ଲାଏ କରିଥିବା ଆମେ ଅନୁଧ୍ୟାନ କରିଥିଲୁ । ସେ ଦୃଷ୍ଟିରୁ ଆଗକୁ ଏମିତି ହିଁ ହେବ ବୋଲି ଯାହା କୁହାଯାଇଥିଲା ତାହା ଆଜି ସତ ହୋଇଛି । ଆସନ୍ତୁ ବିଜେପିର ରଣନୀତି ଏବଂ ମୋଦିଙ୍କ ଫର୍ମୁଲା ଉପରେ ପୁଣିଥରେ ନଜର ପକାଇବା:

– ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ବିଜେପି
– ଯେତେବଡ଼ ନେତା ହୁଅନ୍ତୁ ବା ଅଭିଜ୍ଞ କି ବରିଷ୍ଠ, ଆଗ ଲଢ଼, ପରେ ବିଚାର—ଏହି ଷ୍ଟ୍ରାଟେର୍ଜି ରୋକଠୋକ୍ ଶୁଣାଇଥିଲେ ଶୀର୍ଷ ନେତୃମଣ୍ଡଳୀ
– କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କୁ ବିଧାନସଭା ଲଢ଼େଇ ପାଇଁ ଫିଲ୍ଡକୁ ଓହ୍ଲାଇଥିଲା ବିଜେପି
– କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେଇ ମୋଦିଙ୍କ ଗ୍ୟାରେଣ୍ଟି ରଖିଥିଲା ବିଜେପି
– ୫ ରାଜ୍ୟ ପାଇଁ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ କରାଯାଇଥିଲା
– ଘନଘନ ଗସ୍ତ କରିଥିଲେ ମୋଦି, ଶାହ ଓ ନଡ୍ଡାଙ୍କ ସମେତ ଅନେକ କେନ୍ଦ୍ରୀୟ ନେତା
– ୫ ରାଜ୍ୟରୁ ୩ ରାଜ୍ୟରେ ବିଜେପି ବାଜିମାତ୍ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ
– ମିଜୋରାମରେ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଛି
– ତେଲଙ୍ଗାନାର କମାରେଡ୍ଡି ଆସନରେ ବିଜେପି ପ୍ରାର୍ଥୀ କଟାପାଲି ଭେଙ୍କଟରମଣ ରେଡ୍ଡିଙ୍କ ବୃହତ ବିଜୟ ହୋଇଛି ଯେଉଁଠାରେ ମାଟି କାମୁଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବର୍ତ୍ତମାନର ସିଏମ ରେଭନ୍ଥ
– ୩ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପ୍ରତି ରାଜ୍ୟକୁ ଜଣେ ବରିଷ୍ଠଙ୍କ ସମେତ ୩ ଜଣିଆ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେପି
– ପ୍ଲାନ୍ ଥିଲା, କଂଗ୍ରେସ ଓ ବିରୋଧୀଙ୍କ ଜାତିଗଣନା ଦାବିକୁ କାଉଣ୍ଟର କରିବା, ସେଇଥିପାଇଁ ଛତିଶଗଡ଼ରେ ଏସଟି କାର୍ଡ, ମଧ୍ୟପ୍ରଦେଶରେ ଓବିସି ଏବଂ ରାଜସ୍ଥାନରେ ବ୍ରାହ୍ମଣ ବା ଜେନେରାଲ କାର୍ଡ ଖେଳିଛି ଦଳ- ସମସ୍ତ ୩ ଚେହେରା ରେସରେ ଆଦୌ ନଥିଲେ ଏବଂ ସେମାନଙ୍କ ନାମ ବି ଅନେକ ଜାଣିନଥିଲେ, ସେମାନଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଗଲା, ତେବେ ଏକଥା ଆମେ କାହିଁକି କହିଥିଲୁ, ସେମଧ୍ୟରୁ ଗୋଟିଏ ବଡ଼ ପଏଣ୍ଟ ହେଉଛି ଯେ ପୂର୍ବରୁ ହରିୟାଣ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଆସାମ୍‌, ଗୋଆ ଏବଂ ତ୍ରିପୁରା ଭଳି ଅନେକ ରାଜ୍ୟରେ ମୋଦି ଆପ୍ଲାଏ କରିଥିଲେ ସ୍ୱତନ୍ତ୍ର ଫର୍ମୁଲା । ଆଉ ନୂଆ ବା ଫ୍ରେଶ ଚେହେରା ଜଣଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମିଳିଥିଲା ।

ଏଠାରେ କହିରଖୁଛୁ ଯେ ୫ ରାଜ୍ୟ ନିର୍ବାଚନ ଓ ମୁଖ୍ୟମନ୍ତ୍ରୀ ଚୟନ ଆଧାରରେ ଆଗକୁ ମଧ୍ୟ ବିଜେପି ବଡ଼ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଟାର୍ଗେଟ୍ ୨୦୨୪ ସାଧାରଣ ନିର୍ବାଚନ । ୨୦୨୩ରେ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ଅପରୁ ଡାଉନ୍ ବା ଉପରୁ ତଳକୁ ଅଣାଯାଇଥିବାବେଳେ ୨୦୨୪ରେ ରାଜ୍ୟସ୍ତରରେ ରହିଥିବା ଶିବରାଜସିଂହ, ରମଣ ସିଂହ ଓ ବସୁନ୍ଧରାଙ୍କ ଭଳି ହେଭିୱେଟଙ୍କୁ କେନ୍ଦ୍ରସ୍ତରକୁ ନେବାକୁ ଯୋଜନା ଚଳାଇଛି ବିଜେପି । ଏହା ଜଳଜଳ ଦିଶୁଛି ବୋଲି ଆମ ଆକଳନ ।

Related Articles

Back to top button
WP Twitter Auto Publish Powered By : XYZScripts.com