Featuredଅନ୍ତର୍ଜାତୀୟ
ଆଉ ବିଶ୍ୱର ୧ ନମ୍ବର ଧନୀ ହୋଇ ନାହାନ୍ତି ଏଲନ୍ ମସ୍କ
ବିଶ୍ୱର୍ ଟପ୍-୧୦ ଧନୀ ତାଲିକାରେ ଏକ ନମ୍ବର ଥିବା ଏଲନ୍ ମସ୍କ, ଏବେ ଆଉ ପ୍ରଥମ ସ୍ଥାନରେ ନାହାନ୍ତି । ଫ୍ରାନ୍ସର ଜଣେ ବ୍ୟବସାୟୀ ବର୍ନାଲ୍ଡ ଅର୍ଣ୍ଣୋଲ୍ଟ, ତାଙ୍କୁ ଟପି ଏବେ ବିଶ୍ୱର ଏକ ନମ୍ବର ଧନୀ ହୋଇଯାଇଛନ୍ତି ।
ଫୋର୍ବସର ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସର ରିପୋର୍ଟ ମୁତାବକ, ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି ବର୍ଣ୍ଣାଲ୍ଡ ଅର୍ଣ୍ଣୋଲ୍ଟ । ତାଙ୍କ ମୋଟ ସମ୍ପତିର ପରିମାଣ ୧୮୬.୫ ଅରବ ଡଲାର ହୋଇଥିବାବେଳେ, ଏଲନ୍ ମସ୍କଙ୍କ ସମ୍ପତିର ପରିମାଣ ହେଉଛି ୧୮୧.୩ ଅରବ ଡଲାର । ତେବେ ବିଶ୍ୱର ଏହି ଦୁଇ ଧନୀ ବ୍ୟକ୍ତିଙ୍କ ଭିତରେ ସମ୍ପତିର ଫରକ୍ ମାତ୍ର ୫.୨ ଅରବ ଡଲାର ଅଟେ ।