
ଶାହରୁକ୍ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ର ଗୀତ ‘ବେସରମ ରଙ୍ଗ ‘କୁ ନେଇ ସବୁଠି ଚର୍ଚ୍ଚା । ସେହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଙ୍ଗା ରଙ୍ଗର ବିକିନିକୁ ନେଇ ସବୁଠି ଉଠିଛି ପ୍ରତିବାଦର ସ୍ବର । ଏପରିକି ଶାହରୁକ୍ ଓ ଦୀପିକାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଭଳି ପରିସ୍ଥିତିରେ ଦୀପିକା ଆଉ ଦେଶରେ ରହିବାକୁ ମନବଳାଉ ନାହାଁନ୍ତି । ତେବେ, ଏଭଳି ପରିସ୍ଥିତିରେ ଦୀପିକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନବନ୍ଦରର ପହଞ୍ଚିଛନ୍ତି ଦୀପିକା। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କତାରରେ ଫିଫା ବିଶ୍ୱକପ୍ ଆୟୋଜିତ ହେଉଛି। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୮ ଡିସେମ୍ବର ୨୦୨୨ ରେ ଫିଫା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଫିଲ୍ମ ‘ପଠାନ’ର ପ୍ରମୋସନ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ । ଆଉ ତାଙ୍କୁ ସାଥ ଦେବାକୁ କିଙ୍ଗ ଖାନ୍ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସେଠାରେ ଦୁଇ ଜଣ ତାଙ୍କ ଆଗାମୀ ଫିଲ୍ମ ‘ପଠାନ’ର ପ୍ରମୋସନ କରିବେ ।