ଭୁବନେଶ୍ୱର ୧୯/୧୨/୨୦୨୨ – ଏଣିକି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିପାରିବେ । ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିନିମନ୍ତେ U.G.C ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ । ଦେଶବ୍ୟାପୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ମାତୃଭାଷାରେ ପାଠ୍ୟକ୍ରମ ଏବଂ ପରୀକ୍ଷା ହେବ । ଜାତୀୟ ଶିକ୍ଷା ନୀତି ବା NEP ୨୦୨୦ ଅନୁଯାୟୀ ଉଭୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆଞ୍ଚଳିକ ଭାଷାକୁ ଶିକ୍ଷାର ମାଧ୍ୟମ ଭାବରେ ପରିଚିତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନେକ ପଦକ୍ଷେପ ସହିତ ଏହି ପଦକ୍ଷେପ ଜାରି ରହିଛି । ଏହା ପୂର୍ବରୁ ଅନେକ ରାଜ୍ୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିଅରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିସାରିଛନ୍ତି । ଉଚ୍ଚଶିକ୍ଷା ନିୟାମକ ଭାରତୀୟ ଭାଷା ପ୍ରଚାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ବିଶେଷଜ୍ଞ ଦଳ ଭାରତୀୟ ଭାରତ ସମିତିର ସହଯୋଗରେ ଖୁବଶୀଘ୍ର ଏକ ଯୋଜନା ପ୍ରସ୍ତୁତ କରିବ ।
Related Articles
Check Also
Close
-
ପୁଣି ବଢ଼ିବ ତାତି, କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂApril 22, 2022