Featuredଜାତୀୟ

ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପାଖରେ ପହଂଚି ବ୍ରିଜଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ ଦେଲେ ପ୍ରଦର୍ଶନକାରୀ

ବ୍ରିଜଭୂଷଣ ଶରଣ ସିଂଙ୍କ ଅଡୁଆ ବଢିବାରେ ଲାଗିଛି । ଏବେ ପ୍ରଦର୍ଶନକାରୀମାନେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପାଖରେ ପହଂଚି ବ୍ରିଜଭୂଷଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ପିଟି ଉଷାଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ବ୍ରିଜଭୂଷଣଙ୍କ ନାମରେ ଯୌନଶୋଷଣ ଓ ଆର୍ଥକ ଅନିୟମିତତା ବାବଦରେ ଉଲ୍ଲେଖ ରହିଛି   । ଏହାସହ ବ୍ରିଜଭୂଷଣଙ୍କ ଇସ୍ତଫା ଓ ଯୌନଶୋଷଣ ମାମଲାରେ ଯାଂଚ କମିଟି ଗଠନ କରିବାକୁ ଦାବି କରାଯାଇଛି ।

ସେପଟେ ଏହି ମାମଲାରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏନେଇ ସେ ଆଜି ଅପରାହ୍ନ ୪ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଏହି ମାମଲାରେ ଏବେ କେନ୍ଦ୍ର କ୍ରୀଡାମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି । କ୍ରୀଡା ମନ୍ତ୍ରଣାଳୟ ତରଫରୁ ୭୨ ଘଣ୍ଟା ମଧ୍ୟରେ ଏହି ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜାନୁଆରୀ ୧୮ ତାରିଖରେ ହେବାକୁ ଥିବା କୁସ୍ତି କ୍ୟାମ୍ପକୁ ରଦ୍ଦ କରାଯାଇଛି । କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ସହ ଆଲୋଚନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com