ଅନ୍ୟାନ୍ୟ

ସେଲ୍ଫି ନେଲା ଜୀବନ ! ୪୪ ଘଣ୍ଟା ପରେ ଉଦ୍ଧାର ହେଲା ସୋମେଶଙ୍କ ମୃତଦେହ

ଭୁବନେଶ୍ୱର: ୪୪ ଘଣ୍ଟା ପରେ ଉଦ୍ଧାର ହେଲା ସୋମେଶଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଘୋଘର କାନାକୁଣ୍ଡ ଠାରେ ସେଲ୍ଫି ନେଲା ବେଳେ ଗୋଡ ଖସିଯିବାରୁ ପାଣିରେ ପଡିଯାଇଥିଲେ ସୋମେଶ ମଲ୍ଲିକ। ବହୁ ଖୋଜା ଖୋଜିପରେ ଶେଷରେ ସୋମେଶଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ, ଓଡ୍ରାଫ ଟିମ।

ରବିବାର ଅପରାହ୍ନରେ ରାଉଲକେଲା ସେକ୍ଟର ୧୫ ର ସୋମେଶ ମଲ୍ଲିକ ୪ ଜଣ ସାଙ୍ଗଙ୍କ ସହ ଘୋଘର କାନାକୁଣ୍ଡକୁ ବୁଲିବାକୁ ଆସିଥିଲେ । ପଥର ଉପରେ ଅତି ବିପଦସଂଙ୍କୁଳ ଅବସ୍ଥାରେ ଛିଡା ହୋଇ ସେଲ୍ଫି ନେଉଥିବା ବେଳେ ହଠାତ ସୋମେଶଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପାଣିରେ ପଡ଼ି ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ , ଓଡ୍ରାଫ ଟିମ ଗାହଟଣାସ୍ଥଳରେ ପହଞ୍ଚି ଖୋଜାକୋଜି କରିଥିଲେ ହେଲେ ସୋମେଶଙ୍କର କୌଣସି ପତ୍ତା ପାଇନଥିଲେ । ପରେ ମଙ୍ଗଳବାର ସକାଳେ ସୋମେଶଙ୍କ ମୃତଦେହକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ସେପଟେ ପୁଅର ମୃତଦେହକୁ ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com