ଓଡ଼ିଶା

ରବିବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରବଳ ଶୀତ

 ଭୁବନେଶ୍ୱର, ୨୦/୧୨/୨୦୨୨ –    କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଛି ଶୀତର ପ୍ରକୋପ । ମାତ୍ର ଦିନକ ଭିତରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪.୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ପ୍ରଭାବରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀରୁ କମ ରହିଛି । ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ଜି. ଉଦୟଗିରିର ତାପମାତ୍ରା ୫ ଡିଗ୍ରୀକୁ ଖସିଛି । ସେହିପରି କୋରାପୁଟ ସେମିଳିଗୁଡ଼ାରେ ରାତି ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୮ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ, ଝାରସୁଗୁଡ଼ାରେ ୮.୨ ଡିଗ୍ରୀ, ସୁନ୍ଦରାଗଡ଼ରେ ୮.୫ ଡିଗ୍ରୀ, କୋରାପୁଟ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ଏବଂ ଅନୁଗୁଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହିତ ସୋମବାର ରାତିରେ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ରହିଛି ।

ଅନ୍ୟପଟେ ପାଣିପାଗ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଉତ୍ତର ଭାରତ ଆଡୁ କାଲୁଆ ପବନ ପ୍ରଭାବିତ ହେଉଛି । ଫଳରେ ରବିବାର ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ । ଏହାପରେ ତାପାମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । ତେବେ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com