ଓଡ଼ିଶା

ଜୁଲାଇ ୬ରେ ମାଟ୍ରିକ୍‌ ରେଜଲ୍ଟ, ପରୀକ୍ଷା ଦେଇଛନ୍ତି ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରିଲା ପ୍ରସ୍ତୁତି । ଘୋଷଣା ହେଲା ମାଟ୍ରିକ୍‌ ରେଜଲ୍ଟ ତାରିଖ । ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

ତେବେ ପରୀକ୍ଷା ପରେ କେବେ ରେଜଲ୍ଟ ବାହାରିବ , ସେନେଇ ବିଭିନ୍ନ ସମୟରେ ବୋର୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ଶେଷରେ ମାଟ୍ରିକ୍‌ ରେଜଲ୍ଟ ତାରିଖ ଘୋଷଣା କରିଛନ୍ତି ମନ୍ତ୍ରୀ । ଜୁଲାଇ ୬ ତାରିଖରେ ଦିନ ୧ଟା ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ସମୟ ପରେ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ତେବେ ରେଜଲ୍ଟ ପ୍ରକାଶ ନେଇ ସବିଶେଷ ତଥ୍ୟ ବୋର୍ଡ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com