ଓଡ଼ିଶା

୭ଜଣିଆ ଆନ୍ତଃରାଜ୍ୟ ବନ୍ଧୁକ ଚୋରା ବେପାରୀ ଗିରଫ, ୪ଟି ବନ୍ଧୁକ ସହ ଗୁଳି ଜବତ

ପୁରୀ: ଆନ୍ତଃ ରାଜ୍ୟ ଚୋରା ବନ୍ଧୁକ ବେପାରରେ ଜଡ଼ିତ ଏକ ୭ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୁଲିସ। ସେମାନଙ୍କ ଠାରୁ ୪ ଟି ବନ୍ଧୁକ, ୪ ଟି ଅଫୁଟା ଗୁଳି, ୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଛି। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ତଥା ୭ଟି ମାମଲାରେ ସଂପୃକ୍ତ ରତିକାନ୍ତ ପରିଡ଼ା ସମେତ ଶିରୁଳି ମହାବୀର ଅଞ୍ଚଳର ବିକ୍ରମ ପଣ୍ଡା, ପ୍ରମୁଖଙ୍କୁ ଗିରଫ କରାଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ। ଏମାନଙ୍କ ଆନ୍ତଃ ରାଜ୍ୟ ସଂପୃକ୍ତି ଥିବା ତଦନ୍ତ ସମୟରେ ଜଣାପଡିଛି। ଏମାନଙ୍କ ସହ ଆଉ କେଉଁ ମାନେ ସଂପୃକ୍ତ, ବନ୍ଧୁକ କେଉଁଠୁ ଆଣି କାହାକୁ ଯୋଗାଉଥିଲେ ତାର ଅଧିକ ତଦନ୍ତ ଚାଲିଥିବା ଏସପି ଡ. କନୱାର ବିଶାଲ ସିଂ କହିଛନନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com