ଓଡ଼ିଶା

ଡାକରା ଆସିଛି, ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର: ଡାକରା ଆସିଛି । ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ବିଧାୟକ । ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICC ପକ୍ଷରୁ ଦିଲ୍ଲୀ ଡାକରା ଆସିଛି ।  ସମସ୍ତେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନାସନାଲ ହେରାଲ୍ଡ ଅର୍ଥ ହେରଫେର୍‌ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି । ଇତିମଧ୍ୟରେ ରାହୁଲଙ୍କୁ ୪ ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଜେରା ପାଇଁ ଡାକିଛି ଇଡି । ତେବେ ଇଡିର ଏହି ନୋଟିସ୍‌କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିବା ସୂଚନା ରହିଛି । ଏହାସହିତ ଏହାସହ ଦଳୀୟ ସଙ୍ଗଠନ ନେଇ ମଧ୍ୟ କରିବେ ଆଲୋଚନା ।

Related Articles

Back to top button
WP Twitter Auto Publish Powered By : XYZScripts.com