ଓଡ଼ିଶା

ସାଇବର୍ ଠକେଇର ଶିକାର ହେଲେ ବ୍ୟବସାୟୀ, ସ୍କାନ୍ କରିବା ମାତ୍ରେ ଆକାଉଣ୍ଟରୁ ଗାଏବ ହୋଇଗଲା ୯୦ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ସାଇବର୍ କ୍ରାଇମ୍ । ଏଭଳି କ୍ରାଇମ୍ ର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ସତ୍ୟସାଇ ଟ୍ରାଭେଲର୍ସ ମାଲିକ ସାଇବର୍ ଠକେଇ ଶିକାର ହୋଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ଆର୍ମି ପରିଚୟ ଦେଇ ଭୁବନେଶ୍ବରରୁ ଦିଲ୍ଲୀ ପାଇଁ ୫ଟି ବିମାନ ଟିକେଟ୍ ବୁକିଂ ପାଇଁ କହିଥିଲେ । ଟଙ୍କା ପୈଠ ପାଇଁ ପ୍ରଥମେ ଇପେ ମାଧ୍ୟମରେ ଟଙ୍କାଟିଏ ପଠାଇଥିଲେ । ପରେ ଏକ ଲିଙ୍କ୍ ପଠାଇ ସ୍କାନ୍ କରିବାକୁ କହିଥିଲେ । ସ୍କାନ୍ କରିବା ମାତ୍ରେ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏ ନେଇ ସାଇବର ଥାନାରେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଏ ନେଇ ଏ ଉପରେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବୁ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com