ଓଡ଼ିଶା

ପୋଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ, ନଗଦ ୭୫ ଲକ୍ଷ ଟଙ୍କା ସହ ସବୁଜ ଜହର ଜବତ

କଟକ () କମିଶନରେଟ ପୋଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଧରିଲା ବାଦାମବାଡ଼ି ପୋଲିସ । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ ।

ଖବର ଅନୁଯାୟୀ, କମିଶନରେଟ ପୋଲିସ କବଜାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର, ଦୁଇଟି ମୋବାଇଲ ଜବତ କରାଯାଇଛି । ସ୍ପେଶାଲ ସ୍କ୍ବାର୍ଡ ଓ ବାଦାମବାଡ଼ି ଥାନା ପୋଲିସର ମିଳିତ ଚଢାଉରେ ଏହି ମାଫିଆଙ୍କୁ ଗିରଫ କରାଯାଇଛି ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ଵାଇଁ ବୋଲି ଜଣାପଡିଛି ।

ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର, ଦୁଇଟି ମୋବାଇଲ ଜବତ କରାଯାଇଛି। କଟକ ସହରରେ ଗଞ୍ଜେଇ ବ୍ୟାପାର କରିଥିବା ସମୟରେ ସ୍ପେଶାଲ ସ୍କ୍ବାର୍ଡ ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ୪୨ ମୌଜା ସ୍ଥିତ ଘରେ ଚଢ଼ାଉ କରାଯାଇ ନଗଦ ଟଙ୍କା ସହ ଗଞ୍ଜେଇ ଜବତ କରିଥିଲା ପୋଲିସ ।ନାରାୟଣ ବିରୋଧରେ ୨୦୦୫ ରୁ କଟକ ସହରର ବିଭିନ୍ନ ଥାନାରେ NDPS ଆକ୍ଟରେ ମାମଲା ଥିଲା । ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି କଟକ କମିଶନରେଟ ପୋଲିସ । ନାରାୟଣ ପତି ନାଁରେ ରହିଛି 6 ଟି ମାମଲା । ଏହାସହ ସମ୍ପତ୍ତି ବ୍ୟାଜାପ୍ତି ପାଇଁ EDକୁ ସୂଚନା ଦେବ ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com