ଓଡ଼ିଶା

ନବୀନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଲେ ବହୁ କର୍ମୀ

ସୁନ୍ଦରଗଡ : ପାଖେଇ ଆସିଲାଣି ନିର୍ବାଚନ ତାରିଖ । ଉସ୍ମ ହେବାରେ ଲାଗିଲାଣି ସୁନ୍ଦରଗଡ ରାଜନୀତି । ବିଭିନ୍ନ ଦଳର ପ୍ରାର୍ଥୀ ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ଏହାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ  ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂ । ଏହାସହ ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀର ଟାଙ୍ଗରପାଲି ବ୍ଲକର ମେଘଡେଗା ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିବା ବେଳେ ହେମଗିରି ବ୍ଲକରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ କରାଯାଇଛି ।
ଏହି ମିଶ୍ରଣ ପର୍ବରେ ପର୍ଯ୍ୟବେକ୍ଷକ ପ୍ରିତୀରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ବହୁ ବିଜେପି ଓ କଗ୍ରଂସ କର୍ମୀ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପି ଓ କଂଗ୍ରସ ଦଳ ଛାଡି ବିଜେଡିରେ ମିଶିଥିବା ନେଇ କର୍ମୀମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com