ନୂଆଦିଲ୍ଲୀ: ଅନେକ ସମୟରେ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ସରିଯିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଖାସ୍ କରି ଗୃହିଣୀମାନେ । କାରଣ ଗ୍ୟାସକୁ ଉଠାଇ ଏହାର ଓଜନ ଦ୍ୱାରା ଅନୁମାନ କରିବା ସବୁବେଳେ ସମ୍ଭବ ହୋଇନଥାଏ । ଆଉ ଏପରି ସ୍ଥଳେ ଯେତେବେଳେ ଗ୍ୟାସ ସରିଯାଏ ଏହାଦ୍ୱାରା ଅଧିକ ହଇରାଣ ହେବାକୁ ପଡ଼ିଥାଏ । ଆଉ ପୁଣି ଯଦି ସିଙ୍ଗଲ କନେକ୍ସନ ଥାଏ ସେତେବେଳେ ଆହୁରି ଅଧିକ ହଇରାଣ ହେବାକୁ ପଡ଼ିଥାଏ । ଆଉ ଯଦି ଘରେ କେହି ଅତିଥି ଆସିଥାନ୍ତି ଆଉ ସେତେବେଳେ ଗ୍ୟାସ ସରିଯାଏ ତାହେଲେ ତ ନକହିବା ଭଲ ।
ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ବିନା କୌଣସି କଷ୍ଟରେ ଅର୍ଥାତ୍ ଗ୍ୟାସ ସିଲିଣ୍ଡରକୁ ନ ଉଠାଇ ମଧ୍ୟ ଜାଣିପାରିବେ ଏଥିରେ କେତେ ଗ୍ୟାସ୍ ରହିଛି । ଯାହା ଅତି ସହଜରେ ହୋଇପାରିବ ।
ଏଥିପାଇଁ ପ୍ରଥମେ ଗୋଟିଏ କଟନ କପଡ଼ା କୁ ଓଦାକରି ଏହାକୁ ସିଲିଣ୍ଡର ଜାରିପାଖରେ ଗୁଡ଼ାଇ ଦିଅନ୍ତୁ ଯେପରି ସିଲିଣ୍ଡର ଚାରିପାଖରୁ ଓଦା ହୋଇଯିବ । ଏହାପରେ କପଡ଼ା କାଢ଼ିନିଅନ୍ତୁ ଏବଂ କିଛି ସମୟ ଏଭଳି ସିଲିଣ୍ଡରକୁ ଓଦା ଅବସ୍ଥାରେ ଛାଡ଼ିଦିଅନ୍ତୁ ଏହାପରେ ଆପଣ ଦେଖିବାକୁ ପାଇବେ ଯେ ସିଲିଣ୍ଡର ଯେତିକି ସରିଥିବ ସେତିକି ଅଂଶ ଶୁଖି ଯାଇଥିବ ଏବଂ ଯେଉଁ ଅଂଶ ଓଦା ରହିଥିବ ଏଥିରେ ଆପଣ ଜାଣିପାରିବେ ଯେ ଗ୍ୟାସ କେତେ ବଳିଛି ।