ଓଡ଼ିଶା

ରାଜ୍ୟରେ ୧୫୦ ତଳକୁ ଖସିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର() ରାଜ୍ୟରେ କରୋନା ମାମଲାରେ ହ୍ରାସ ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ତଳକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୨୮ ଜଣ ଥିବାବେଳେ ସଙ୍ଗରୋଧରେ ୮୬ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୫୭ ଜଣ ଅଛନ୍ତି |

ସେହିପରି ଗଜପତିରୁ ସର୍ବାଧିକ ୨୦, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡ଼ାରୁ ୧୩, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୯, ଖୋର୍ଦ୍ଧାରୁ ୮ ଜଣ ଚିହ୍ନଟ ହୋଇଛନ୍ତି | ଏହି ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୩୪୯ରେ ପହଞ୍ଚିଥିବାବେଳେ ୧୨ ଲକ୍ଷ ୭୪ ହଜାର ୦୪୮ ଜଣ ସୁସ୍ଥ ହୋଇଛନ୍ତି | ଏବେ ରାଜ୍ୟରେ ସମୁଦାୟ ୨୧୬୩ଟି ସକ୍ରିୟ ମାମଲା ରହିଛି |

Related Articles

Back to top button
WP Twitter Auto Publish Powered By : XYZScripts.com