ଓଡ଼ିଶା

ବୁଥ ରାଗିଂ ଘଟଣା ୧୨ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଯାଜପୁର() ବୁଥ ରାଗିଂ ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଧର୍ମଶାଳା ବ୍ଲକରେ ମତଦାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ପଂଚାୟତରେ ତିନୋଟି ବୁଥରେ ଉତେଜନା ଦେଖା ଦେଇଥିଲା । ଦେଓଦା ପଂଚାୟତର ୬ ଓ ୭ନମ୍ବର ବୁଥ, ଅରାବଳ ପଂଚାୟତର ୮ ନମ୍ବର ବୁଥରେ କିଛି ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ଭୋଟ ଦେବା ସହ ବୁଥ ରିଗିଂ କରିଥିଲେ । ଏହାକୁ କିଛି ଲୋକେ ବିରୋଧ କରିଥିଲେ ଯେଉଁଥି ପାଇଁ ବୁଥରେ ଉତେଜନା ପ୍ରକାଶ ପାଇଥିଲା ।

ବାଲାଟ ପେପର ମଧ୍ୟ ଚିରି ଦେଇଥିଲେ, ଏହି ଘଟଣାକୁ ନେଇ ତିନୋଟି ବୁଥରେ ନିର୍ବାଚନ ସ୍ଥଗିତ ରହିଥିଲା । ଘଟଣା ସ୍ଥଳରେ ଯାଜପୁର sp ତଦନ୍ତ କରିଥିବା ବେଳେ ଆଜି ଧର୍ମଶାଳା ପୋଲିସ ସମ୍ପୃକ୍ତ ଘଟଣାରେ ୧୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com