ଓଡ଼ିଶା

ଜୟପୁର ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଜୟପୁର () ଜୟପୁର ଗଣଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୁର ଦରଜୀକୁ ଗିରଫ କଲା ପୋଲିସ । ଓଡିଶା- ଆନ୍ଧ୍ର ସୀମାନ୍ତ ଅନେକାଡେଲିରୁ ଲାଲବାହାଦୁରକୁ ଗିରଫ କଲା ପୋଲିସ । ଖବର ଅନୁଯାୟୀ, ଗତମାସ ୨୪ ତାରିଖ ରାତିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । ପୀଡିତାଙ୍କ ସ୍ବାମୀ ଓ ପୁଅକୁ ବନ୍ଧୁକ ମୁନରେ ଧମକ ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା ।

ଏହାପର ଠାରୁ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ହେଲେ କିଛି ସୁଫଳ ମିଳିନଥିଲା । ଶେଷରେ ଓଡିଶା-ଆନ୍ଧ୍ର ସୀମାନ୍ତ ଅନେକାଡେଲିରୁ ମୁଖ୍ୟ ଅଭିଯୁକ୍ତ ଲାଲବାହାଦୂରକୁ ଗିରଫ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com